• About Us
  • Contact Us
Sunday, February 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆସନ୍ତାକାଲି ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

by Voice of Victims
February 20, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆସନ୍ତାକାଲି ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସୋଲ୍ ଲିଡରସିପ୍ ସମ୍ମିଳନୀର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ସେରିଙ୍ଗ ତୋବଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେବେ। ଫେବୃଆରୀ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ସୋଲ୍ ଲିଡରସିପ୍ ସମ୍ମିଳନୀ ଏକ ମିଳିତ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଥିରେ କି ନେତାମାନେ ରାଜନୀତି, ଖେଳ, କଳା, ମିଡିଆ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀକ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରେରଣାପୂର୍ଣ୍ଣ ଜୀବନ ଯାତ୍ରା ସମ୍ପର୍କରେ ବିଚାର ବ୍ୟକ୍ତ କରିବେ ଏବଂ ନେତୃତ୍ୱ ସମ୍ବନ୍ଧିତ ପଦକ୍ଷେପ ଉପରେ ଚର୍ଚ୍ଚା କରିବେ। ସମ୍ମିଳନୀ ସହଯୋଗ ଓ ବିଚାର ନେତୃତ୍ୱର ଏକ ଇକୋ ସିଷ୍ଟମକୁ ଆଗକୁ ନେବ, ଯେଉଁଥିରେ ଯୁବା ଦର୍ଶକମାନଙ୍କୁ ପ୍ରେରିତ କରିବା ପାଇଁ ବିଫଳତା ଏବଂ ସଫଳତା ଉଭୟକୁ ଶିଖିବାର ସୁବିଧା ମିଳିବ। ଗୁଜରାଟରେ ଆଗାମୀ ଦିନରେ ଖୋଲିବାକୁ ଯାଉଥିବା ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ଏକ ନେତୃତ୍ୱ ସଂସ୍ଥାନ ହେବ ଯାହାକି ଜନସେବକଙ୍କୁ ଜନହିତରେ ଅଗ୍ରସର ହେବାକୁ ସକ୍ଷମ କରାଇବ। ଏହାର ଉଦ୍ଦେଶ୍ୟ ଔପଚାରିକ ପ୍ରଶିକ୍ଷଣ ମାଧ୍ୟମରେ ଭାରତରେ ରାଜନୀତିକ ନେତୃତ୍ୱର ପରିଦୃଶ୍ୟକୁ ବ୍ୟାପକ କରିବା। ଏହି ପ୍ରକ୍ରିୟାରେ ଏଭଳି ଲୋକଙ୍କୁ ସାମିଲ କରାଯିବ ଯେଉଁମାନେ କି କେବଳ ବଂଶାନୁଗତ ରାଜନୀତି ନୁହେଁ, ବରଂ ସାର୍ବଜନୀକ ସେବା ପାଇଁ ଯୋଗ୍ୟତା, ପ୍ରତିବଦ୍ଧତା ଏବଂ ଉତ୍ସାହ ମାଧ୍ୟମରେ ଆଗକୁ ବଢ଼ିବେ। ସୋଲ ଆଜିର ଦୁନିଆରେ ନେତୃତ୍ୱ ପାଇଁ କଠିନ ଆହ୍ୱାନକୁ ମାର୍ଗନିଦର୍ଶନ କରିବା ପାଇଁ ଆବଶ୍ୟକ ତଥ୍ୟ, କୌଶଳ ଏବଂ ବିଶେଷଜ୍ଞତା ଆଣିପାରିବ।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି 
  • ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ : ମୋଦି ଦେଖିଲେ ଏରିଅଲ ଶୋ, ରାଜପଥରୁ ଉଡ଼ିଲା ରାଫେଲ ଏବଂ ସୁଖୋଇ
  • ମୁମ୍ୱାଇରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ଚାପି ହୋଇ ରହିଛି ଅନେକ ଗାଡ଼ି; ୪ ଆହତ
  • ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ
  • କେନ୍ଦୁଝରରେ ହେବ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In