ରଣପୁର (ଭିଓଭି) ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରଣପୁର ଅଞ୍ଚଳରେ ପ୍ରାକ ହିଂସା ଦେଖିବାକୁ ମିଳିଛି l ଆଜି,ଓଡିଶାର ପ୍ରବାଦ ପୁରୁଷ ଭାବେ ପରିଚିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତ ମାନେ ଭାଙ୍ଗି ଖଣ୍ଡ ବିଖଣ୍ଡିତ କରିଦେଇଥିବାବେଳେ ଶାସକ ବିଜେଡି ଦଳ ମଧ୍ୟରେ ପ୍ରବଳ ଉଦବେଗ ପ୍ରକାଶ ପାଇବା ସାଙ୍ଗକୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଅଭିଯୋଗ ମୁତାବକ ରଣପୁର ତଳ ମା ମଣିନାଗ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ସ୍ବର୍ଗତ ଶ୍ରୀ ପଟ୍ଟନାୟକଙ୍କ 2006 ମସିହାରେ ସିମେଣ୍ଟ ନିର୍ମିତ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା l କିନ୍ତୁ ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଉକ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ l ଏହା ଜାଣିବା ପରେ ଅପରାହ୍ନରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଓ ସମସ୍ତ କାଉନସିଲର ମିଳିତ ହୋଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଦଳ ମଧ୍ୟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଏଭଳି ହୀନ କାର୍ଯ୍ୟ କରିଥିବା ନେଇ ଅଞ୍ଚଳରେ ଆଲୋଚନା।
