• About Us
  • Contact Us
Friday, April 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୁସ୍ଥ ବାତାବରଣ ସୃଷ୍ଟି କରି ସିଜିମାଳୀ ସମସ୍ୟାର ସମାଧାନ କରାଯାଉ, ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

by Voice of Victims
April 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୁସ୍ଥ ବାତାବରଣ ସୃଷ୍ଟି କରି ସିଜିମାଳୀ ସମସ୍ୟାର ସମାଧାନ କରାଯାଉ, ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

ଭୁବନେଶ୍ୱର ତା. ୧୦.୦୪ ରିଖ : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡା ଓ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । ପ୍ରତିନିଧି ଦଳର ଅଧ୍ୟକ୍ଷ କୋରାପୁଟ ସାଂସଦ ତଥା ଉତ୍ତର ପୂର୍ବାଞ୍ଚଳର ରାଜ୍ୟ ସମୂହର ଏଆଇସିସି ପ୍ରଭାରୀ ସପ୍ତଗିରି ଉଲ୍ଲାକା ଓ ସହ-ଅଧ୍ୟକ୍ଷ ପୂର୍ବତନମନ୍ତ୍ରୀ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପିସିସି ଉପସଭାପତି ତଥା ବିଧାୟକ ତାରାପ୍ରସାଦ ବାହିନିପତି, ଜିଲ୍ଲାର ବିଧାୟକବୃନ୍ଦ, ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନିପତୀ, ସଂପୃକ୍ତ ଜିଲ୍ଲା ଗୁଡିକର ଡିସିସି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ପୁଲିସ ଦମନଲୀଳାର ତୀବ୍ର ନିନ୍ଦା କରିଥିଲେ ।

ଉପସ୍ଥିତ ଗଣମାଧ୍ୟମକୁ ନିଜ ବିବୃତ୍ତିରେ ସାଂସଦ ସପ୍ତଗିରି ଉଲ୍ଲାକା କହିଲେ, ଆମେ ଜାଣିବାକୁ ପାଇଲୁ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ନିଜ ପଟ୍ଟା ଦେଖାଅ ବୋଲି କହିଲେ ଏବଂ ଯଦି ନଥିବ ଆମେ ଦେଖିନେବୁ ବୋଲି କହିଲେ । ରାତି ୩ ଟା ପୁଲିସ ସଦଳବଳେ ଗାଁକୁ ପହଂଚିଥିଲା । ଗ୍ରାଉଣ୍ଡ ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ୮ଟା ଗ୍ରାମସଭା ହୋଇଛି ଯାହା ଲୋକମାନେ ଚାହୁଁନଥିଲେ । ନିୟମଗିରୀରେ ଯେଭଳି କୋର୍ଟଙ୍କ ତତ୍ତ୍ୱାବଧାନରେ ହୋଇଥିଲା, ସେଭଳି ହୋଇନି । ଅନ୍ୟଏକ ବିଷୟ ହେଲା ଜଳ, ଜଙ୍ଗଲ, ଜମି ଉପରେ ଆଦିବାସୀଙ୍କ ଆଇନ ଅନୁଯାୟୀ ଅଧିକାର ଦେବା କଥା ଏବଂ ପଟ୍ଟା ଯୋଗାଇବା କଥା ଯାହା ଏପର୍ଯ୍ୟନ୍ତ କୁହାଯାଇନାହିଁ । ଯେଉଁମାନଙ୍କୁ ବିନା ଦୋଷରେ ଗିରଫ କରାଯାଇଛି ତାଙ୍କୁ ମୁକ୍ତ କରାଯାଇ ଏଭଳି ଏକ ସୁସ୍ଥ ବାତାବରଣ ସୃଷ୍ଟି କରାଯାଉ ଯେଭଳି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ସମ୍ବିଧାନ ଅନୁସାରେ ଗ୍ରାମ ସଭା ମାଧ୍ୟମରେ ଖଣିଖାଦାନ କରିବାକୁ ଅନୁମତି ଦିଆଯାଏ । ଏହା ଗ୍ରାମବାସୀଙ୍କ ମୌଳିକ ଅଧିକାର । ଏ ବିଷୟରେ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କ ମାଧ୍ୟମରେ ମାନନୀୟ ବିରୋଧିଦଳର ନେତା ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯିବ ।

ନିଜ ବିବୃତ୍ତିରେ ପିସିସି ଉପସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନିପତି କହିଲେ ଏହି ଅଂଚଳରେ ବିଭିନ୍ନ ଜାଗାରେ ଯେତେବେଳେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ହୋଇଛି ଆମ ନେତା ରାହୁଲ ଗାନ୍ଧୀ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଛନ୍ତି । ଆଜି ରାହୁଲ ଗାନ୍ଧୀ ଏବଂ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କୋରାଫୁଟ ସାଂସଦ, ରାୟଗଡା ବିଧାୟକ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ଆମେ ପରିଦର୍ଶନରେ ଆସିଛୁ । ମହିଳାମାନଙ୍କୁ ପୁଲିସର ଦମନଲୀଳା ଓ ଅତ୍ୟାଚାରର କୋହଭରା କାହାଣୀ ଆଖିଆଗରେ ଶୁଣିଲୁ । ସେମାନଙ୍କୁ ମାଡ ମରାଯାଇଛି, ନୀରିହ ଆଦିବାସୀଙ୍କୁ ମିଥ୍ୟା କେସ୍‌ରେ ଜେଲରେ ଭରାଯାଇଛି ଯାହା ସଂପୂର୍ଣ୍ଣ ଅନ୍ୟାୟ । ଆମେ ଏହି ଅମାନବୀୟ ଘଟଣା ବିଷୟରେ ବିଧାନସଭାରେ ପ୍ରଶ୍ନ କରିବୁ ଏବଂ ମାନନୀୟ ସାଂସଦ ଲୋକସଭାରେ ଉଠାଇବେ । ଆଗକୁ ଦରକାର ପଡିଲେ ଆଦିବାସୀମାନଙ୍କ ସୁରକ୍ଷା ପାଇଁ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଆସିପାରନ୍ତି ବୋଲି ଶ୍ରୀ ବାହିନିପତୀ ସୂଚନା ଦେଇଥିଲେ ।
ଉକ୍ତ ପ୍ରତିନିଧିଦଳର ସହ ଅଧ୍ୟକ୍ଷ ଶ୍ରୀ ରାଉତରାୟ, କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ କାଡାମ୍ ରାୟଗଡା ବିଧାୟକ କାଡ୍ରାକା ଆପାଲାସ୍ୱାମୀ, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନିପତୀ, ଉପସ୍ଥିତ ବିଧାୟକବୃନ୍ଦ ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ କମ୍ପାନୀଙ୍କ ସ୍ୱାର୍ଥ ପାଇଁ ପୁଲିସର ଆଦିବାସୀଙ୍କ ଉପରେ ନିଷ୍ଠୁର ଅତ୍ୟାଚାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଦାବି ଜଣାଇବା ସହ କଂଗ୍ରେସ ଆଦିବାସୀଙ୍କ ସମସ୍ତ ସୁଖ ଦୁଃଖରେ ସବୁବେଳେ ସାମିଲ ଅଛି ଓ ରହିବ ବୋଲି ଦୃଢ଼ତାର ସହିତ ପ୍ରକାଶ କରିଥିଲେ ।

ପ୍ରଭାବିତ ଅଂଚଳ ପରିଦର୍ଶନ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସତ୍ୟଜିତ୍ ଗମାଙ୍ଗ, ବିଧାୟକ ପବିତ୍ର ସାଉଁଟା, ବିଧାୟକ ମଙ୍ଗୁଖିଲ, ବିଧାୟକ ନିଳମାଧବ ହିକ୍କକା, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ମହିଳା କଂଗ୍ରେସ ନେତ୍ରୀ ରତ୍ନ୍‌ମଣୀ ଉଲ୍ଲାକା, ବିଧାୟିକା ପ୍ରାର୍ଥୀ ଅମୀତା ବିଶ୍ୱାଳ, ରାଜେନ୍ଦ୍ର ଦୁରିଆ, ସାନ୍ଦୁ ମାଝୀ, ଜିଜିରୁ ମାଝୀ, ଯୋସେଫ ଖାସାଲା, ପୁରନ୍ଦର ନାୟକ, ହୃତାସନ ନାୟକ, ଭୁଷଣ ବିଦିକା ତଥା ବହୁ ସଂଖ୍ୟାରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ ସାମିଲ ଥିଲେ ।

Post Views: 4
Share197Tweet123Send
Voice of Victims

Voice of Victims

Recent Posts

  • ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା
  • ଏପ୍ରିଲ ୨୭ ତାରିଖ ସୁଦ୍ଧା ସବୁ ସ୍କୁଲରେ ପୋଷାକ ବଣ୍ଟନ ହେବ: ନିତ୍ୟାନନ୍ଦ ଗଣ୍ଡ
  • ସୁସ୍ଥ ବାତାବରଣ ସୃଷ୍ଟି କରି ସିଜିମାଳୀ ସମସ୍ୟାର ସମାଧାନ କରାଯାଉ, ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ
  • କାଲିଠାରୁ ବଢ଼ିବ ଦିନର ତାପମାତ୍ରା, ୪୦ ଡିଗ୍ରୀ ଡେଇଁବ ପାରଦ
  • ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି: ନଗର ଉନ୍ନୟନ ମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In