• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମାଲକାନଗିରିରେ ସ୍ଥିତି ବେହାଲ, ବ୍ୟାପକ କ୍ଷତି

by Voice of Victims
September 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମାଲକାନଗିରିରେ ସ୍ଥିତି ବେହାଲ, ବ୍ୟାପକ କ୍ଷତି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ତେବେ କାଲିଠାରୁ ବର୍ଷାର ପରିମାଣ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ, ମାଲକାନଗିରିରେ ଦୁଇ ଦିନ ଲଗାଣ ବର୍ଷା ପରେ ସ୍ଥିତି ବେହାଲ ହୋଇପଡିଛି। ବର୍ଷାରେ ଲୋକଙ୍କ ଘର ଭାଙ୍ଗି ମାଟିରେ ମିଶି ଥିବା ବେଳେ ରାସ୍ତା ଉପରେ ଜମିଛି ୫ ଫୁଟରୁ ଅଧିକ ପାଣି। ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ଯାଇଛି। ଜଳ ଘେର ମଧ୍ୟରେ ଫସି ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛନ୍ତି। ଜିଲ୍ଲାପାଳ ବନ୍ୟା ପ୍ରଭାବିତ ପୋଟରୁ ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଭୟଭୀତ ନହେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରୁ ମାଲକାନଗିରିରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୫ ଫୁଟର ପାଣି। କେବଳ ଜାତୀୟ ରାଜପଥ ନୁହେଁ, ବିଭିନ୍ନ ସ୍ଥାନରେ ପାଣି ଜମି ଯାତାୟାତ ଠପ ହୋଇଯାଇଛି। ସ୍ୱାଭିମାନ ଅଞ୍ଚଳରେ ଥିବା ଯୋଡା ଆମ୍ଭ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ବର୍ଷା ପାଣି ପଶିଥିବା ବେଳେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଣି ଜମି ଯୋଗାଯୋଗ ବନ୍ଦ ହୋଇଯାଇଛି। ମାଲକାନଗିରି ଜିଲ୍ଲାକୁ ସର୍ବାଧିକ ୬ଟି ଟିମ୍ ଯାଇଥିବା ବେଳେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ଯାଇଛି। ମାଲକାନଗିରି ଜିଲ୍ଲାର ୫ ବ୍ଲକ୍ ପାଇଁ ୫ଟିରେ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ନବରଙ୍ଗପୁର ଓ ଜୟପୁରରୁ ଗୋଟିଏ ଲେଖାଏ ଟିମ୍‌କୁ ମାଲକାନଗିରି ପଠାଯାଇଛି। ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକ୍‌ରେ ସର୍ବାଧିକ ୨୫୩ ମିମି, ଚିତ୍ରକୋଣ୍ଡାରେ ୨୨୫, ଖଇରାପୁଟରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା, ମାଥିଲି, କାଲିମେଳା, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ବୈପାରୀଗୁଡ଼ା ଓ ଲମତାପୁଟରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଜିଲ୍ଲାରେ ୪ଟି ରିଲିଫ୍ କ୍ୟାମ୍ପକୁ ୫୦୪ଜଣ ସ୍ଥାନାନ୍ତର ହୋଇଛନ୍ତି। ସମସ୍ତ ବ୍ରିଜ୍‌ରେ ପୁଲିସ ମୁତୟନ ସହ ଚଳପ୍ରଚଳ ଉପରେ କଟକଣା ଲାଗିଛି। ୫ଟି ସ୍ଥାନରେ ରାସ୍ତା ନଷ୍ଟ ହୋଇଛି। ମାଲକାନଗିରି ଓ କାଲିମେଳା ବ୍ଲକ୍ ଏବଂ ୬ଟି ଗାଁପ୍ରଭାବିତ ହୋଇଥିବା ଜଣାପଡିଛି। ମାଲକାନଗିରିରୁ ସମସ୍ତ ବ୍ଲକ ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ ଗାଁରେ ୧୦ଫୁଟ୍ ପାଣି ଜମି ରହିଛି। ପାଙ୍ଗାମ ପୋଲ ବୁଡ଼ିବା ପରେ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ, କାଙ୍ଗୁରୁକୁଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬, ପାଙ୍ଗାମ୍‌, କନ୍ୟାଶ୍ରମ ପୋଲ ବୁଡ଼ିଛି। ପୋଟେରୁ ଗ୍ରାମବାସୀଙ୍କୁ ପ୍ରଶାସନ ଉଦ୍ଧାର କରିଛି। ବଣ୍ଡାଘାଟିରେ ବାରମ୍ବାର ଅତଡ଼ା ଧସୁଥିଲା ବେଳେ ଚିତ୍ରକୋଣ୍ଡାର କିଛି ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ବାୟାପଡ଼ା ସହ ୧୦ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୫୪୮ ପରିବାରକୁ ପ୍ରଶାସନ ଉଦ୍ଧାର କରି ୧୪ଟି ଆଶ୍ରୟସ୍ଥଳୀରେ ରଖିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ବିତ୍ପାତ ପରେ ସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ମାଲକାନଗିରି ଜିଲ୍ଲା ନୋଡାଲ ଅଫିସର ତଥା ଭିନ୍ନକ୍ଷମ ସଶକ୍ତୀକରଣ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରିରେ ରହି ପରିସ୍ଥିତିର ସମୀକ୍ଷା କରୁଥିବା ଜଣାପଡିଛି।

Post Views: 26
Tags: The situation in Malkangiri is dire
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In