• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

by Voice of Victims
September 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

ରଣପୁର 6/9: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଚସ୍ପତି ଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ହୋଇଛି l ରଣପୁର ବିକାଶ କାର୍ଯ୍ୟରଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ପୌରହିତ୍ୟରେ ଉନ୍ନତି ଯୋଜନାର ଅନେକ ଗୁଡିଏ ପ୍ରକଳ୍ପର ଶୁଭପ୍ରଦାନ କରାଯାଇଛି।ବିଜ୍ଞାପିତ ଅଞ୍ଚଳ ପରିଷଦ, ରଣପୁର ଅନ୍ତର୍ଗତ 15ଗୋଟି ୱାର୍ଡ ମଧ୍ୟରୁ 12ଟି ୱାର୍ଡର ବିଭିନ୍ନ ପ୍ରକଳ୍ପ ଯଥା ଗୋଷ୍ଠି କେନ୍ଦ୍ରର ଉନ୍ନତିକରଣ, ରାସ୍ତା ମାନଙ୍କରେ ପେଭର ବିଛାଇବା କାର୍ଯ୍ୟର ଶୁଭପ୍ରଦାନ କରାଗଲା। ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରେ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ନିବେଦନ ରଖିଥିଲେ। ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏ ସମସ୍ତ କାର୍ଯ୍ୟର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନଗର ବାସୀଙ୍କ ଅନ୍ୟାନ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଉନ୍ନତି ଯୋଜନାର ଆସିଥିବା 31ଗୋଟି ଯାହାର ଆନୁମାନିକ ବ୍ୟୟ ଅଟକଳ 84ଲକ୍ଷ୍ୟ ଟଙ୍କା। ଏହି ସମସ୍ତ ପ୍ରୋଜେକ୍ଟ କୁ ଖୁବଶୀଘ୍ର ସମାପ୍ତ କରିବା ସହିତ ଆଗାମୀ ଦିନରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ, ପରିବା ବଜାର ଏବଂ ଆମିଷ ବଜାର, ତଥା ବିଭିନ୍ନ ଖେଳପଡ଼ିଆର ଉନ୍ନତିକରଣ ଏବଂ ବଧୀ ତଥା ଅନ୍ୟାନ୍ୟ 12ଗୋଟି ପୁଷ୍କରିଣୀ ର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ନେଇ କହିଥିଲେ।

ସୂଚନାଯୋଗ୍ୟ ଯେ ଆ ଅବସରରେ 669 ଗୋଟି ଷ୍ଟ୍ରୀଟ ଲାଇଟ୍ ଏବଂ 8 ଗୋଟି ହାଇ ମାଷ୍ଟ୍ ଲାଇଟ୍ ର ଲୋକାର୍ପଣ କାର୍ଯ୍ୟ ମଧ୍ୟ ହୋଇଥିଲା, ଯାହାକି 2 ସପ୍ତାହ ମଧ୍ୟରେ ରାସ୍ତା ଆଲୋକିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି କହିଥିଲେ। ଏହା ସହିତ ଅନ୍ୟାନ୍ୟ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ଖୁବ୍ ଶୀଘ୍ର ଆରମ୍ଭ କରାଯିବ କଥା କହିଥିଲେ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିବା ସମସ୍ତ କାଉନସିଲର, ସାମ୍ବାଦିକ ବନ୍ଧୁ ଏଵଂ ନଗର ବାସୀଙ୍କୁ ରଣପୁର ବିଜ୍ଞାପିତ ଅଞ୍ଚଳ ର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ୍ ମହାନ୍ତି ଧନ୍ୟବାଦ ଜଣାଇଛନ୍ତିl ଅପର ପକ୍ଷ୍ୟ ରେ ସାଂସଦ ଙ୍କୁ ଏ ବିଷୟ ରେ ଅବଗତ କରାଯାଇ ନ ଥିବାରୁ ଏପରିକି ଫଳକ ରେ ସାଂସଦ ଙ୍କ ନାମ ନଥିବାରୁ ଏ ବିଷୟ ଜିଲ୍ଲା ପାଳ ଙ୍କ ପାଖେ ଅଭିଯୋଗ ହୋଇଥିବା ଜଣା ଯାଇଛି l

Post Views: 67
Share204Tweet127Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In