• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

by Voice of Victims
March 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆହୁରି ଅଣ୍ଡାର ଆବଶ୍ୟକତା ଅଛି । ରାଜ୍ୟରେ ପ୍ରତିଦିନ ରାଜ୍ୟରେ କୋଟିଏ ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି ସତ ହେଲେ ଦୈନିକ ଆହୁରି ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ଯେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଯାହା ଦ୍ବାରା ଆବଶ୍ୟକ ଥିବା ଅଣ୍ଡାର ଅଭାବ ପୂରଣ ହୋଇପାରିବ ।

ସେହିପରି ରାଜ୍ୟରେ ଏବେ ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି । ବାହାର ରାଜ୍ୟରୁ ମାତ୍ର ୩୩ ହଜାର ୪୨୪ ମେଟ୍ରିକ ଟନ୍ ମାଛ ଆମଦାନୀ କରାଯାଉଛି । ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ ବାହାରକୁ ପଠାଯାଉଛି । ମଧୁର ମାଛ ପାଇଁ ଓଡିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାବେଳେ, ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବା ନେଇ ସରକାର ଅନେକ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ସରକାର ଧରିବେ ବାଳିଆ ମାଛ । ବଡ଼ ବାଳିଆକୁ ଧରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି । ବାଳିଆ ମଲା ପରେ ରୋହି ଭାକୁର ଜାଆଁଳ ଛଡାଯିବ । ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି ଯେ, ଗତ ସରକାର ସମୟରେ ଜାଆଁଳ ଛଡା ଯାଇଥିଲା, ରାତିରେ ଛଡା ଯାଇଥିଲା । କେବଳ ଖାତା କଲମରେ ଜାଆଁଳ ଛଡା ଯାଉଥିଲା । ମନ୍ତ୍ରୀ କହିଛନ୍ତି ଯେ ଗତ ସରକାର ସମୟରେ କେବଳ ବାଳିଆ ମାଛ ଜାଆଁଳ ଛାଡିଥିଲେ, ସରକାର ବଡ଼ ବାଳିଆକୁ ଧରିବାକୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ବାରା ବାଳିଆ ମଲା ପରେ ରୋହି ଭାକୁର ଜାଆଁଳ ଛଡାଯିବ । ନଚେତ୍ ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି ।

Post Views: 43
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In