• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ଟି ବିଧାନସଭା ପାଇଁ ୨୬୬ ଜଣଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ

by Voice of Victims
April 26, 2024
in ମୁଖ୍ୟ ଖବର, ରାଜ୍ୟ
ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ଟି ବିଧାନସଭା ପାଇଁ ୨୬୬ ଜଣଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ଏବଂ ଏହା ଅଧିନରେ ଥିବା ୨୮ ଟି ବିଧାନସଭାର ନିର୍ବାଚନ ହେବ। ଏହି ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ବାହାରିବ।

ତେବେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ର ଅନୁସାରେ ଅନୁଷ୍ଠିତ ହେଉଥିବା ୪ଟି ଲୋକସଭା ଆସନରେ ମୋଟ ୩୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୭୫ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ କୋରାପୁଟରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଓଡିଶାର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ମୋଟ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୪୮୩ ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ବ୍ରହ୍ମପୁର ବିଧାନସଭା ପାଇଁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳି ପାଇଁ ମୋଟ ୨୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଝରିଗାଁ ବିଧାନସଭା ପାଇଁ ସର୍ବନିମ୍ନ ୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ଲୋକସଭା କ୍ଷେତ୍ରରେ ଯେଉଁ ୪ଟିରେ ନିର୍ବଚନ ହେବ ସେଠାରେ ପ୍ରାର୍ଥୀ ପତ୍ର ଦାଖଲ ସଂଖ୍ୟା ହେଲା-କୋରାପୁଟ-  ୧୩, କଳାହାଣ୍ଡି- ୧୧, ନବରଂଗପୁର- ୦୪, ବ୍ରହ୍ମପୁର- ୧୧, ଏହି ନିର୍ବାଚନ ମଣ୍ଡଳିରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ। ଏହାପରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୯ ଏପ୍ରିଲ। ଏହାପରେ ଜଣାପଡିବ ଓଡିଶାର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ମଇଦାନରେ କେତେ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରିବେ।

Post Views: 28
Tags: 266 applications for 28 constituenciesThe tally of nominations came
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In