• About Us
  • Contact Us
Wednesday, February 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବଢିଲା ପୁଲିସ ଡିଜିଙ୍କ କାର୍ଯ୍ୟକାଳ

by Voice of Victims
September 19, 2024
in ମୁଖ୍ୟ ଖବର, ରାଜ୍ୟ
ବଢିଲା ପୁଲିସ ଡିଜିଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ । ୧୬ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ କାର୍ୟ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ୟ୍ୟ କରିବା ନେଇ କାର୍ୟ୍ୟକାଳ ବଢାଯାଇଛି । ସୂଚନାଯୋଗ୍ୟ ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ କାର୍ୟ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ଯୋଗେଶ ବାହାଦୁର ଖୁରାନିଆ ୧୯୯୦ ମସିହାରେ ଆଇପିଏସ ପାଇଥିଲେ । ଓଡିଶା କ୍ୟାଡର ଚୟନ କରିଥିବା ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା , ମୟୂରଭଞ୍ଜ, ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ୟ୍ୟ କରିଥିଲେ । ଏହା ପରେ ଡିଆଇଜି ପଦକୁ ପଦୋନ୍ନତି ପାଇ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ୟ୍ୟ କରିଥିଲେ। ଏହା ସହ ସେ ବିଜୁ ପଟ୍ଟନାୟକ ପେୁଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ କାର୍ୟ୍ୟ କରିଥିଲେ । ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁଲିସ କମିଶନର ଭାବେ କାର୍ୟ୍ୟ କରିଥିଲେ । ଓଡ଼ିଶା ପୁଲିସ ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ହେଉଥିବା ଓ୍ବାଇ ବି ଖୁରାନିଆ ନିଜ କାର୍ୟ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । 

Post Views: 20
Share199Tweet124Send
Voice of Victims

Voice of Victims

Recent Posts

  • ଯାଜପୁର ଏନ.ସି ହାଇସ୍କୁଲର ପ୍ଲାଟିନିୟମ ଜୁବୁଲି ଉତ୍ସବ
  • ଦ୍ୱିତୀୟ ବୈତରଣୀ ପ୍ରାବନ୍ଧ ସାହିତ୍ୟ ସମ୍ମାନ 2026 ରେ ସମ୍ମାନିତ ହେଲେ ଡକ୍ଟର ପ୍ରଭାତ କୁମାର ସାହୁ
  • ଟି୨୦ ବିଶ୍ବକପ ୨୦୨୬ରୁ ବିଦା ହେଲା ଅଷ୍ଟ୍ରେଲିଆ, ପ୍ରଥମ ଥର ପାଇଁ ସୁପର-୮କୁ ଗଲା ଜିମ୍ବାୱେ
  • ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିଖ ରହମାନ, ଭାରତ ତରଫରୁ ଓମ୍ ବିରଲା ଉପସ୍ଥିତ
  • ଓଡ଼ିଶା ବିଧାନସଭାରେ ରାଜ୍ୟପାଳଙ୍କ ବିକାଶର ରୋଡମ୍ୟାପ୍, ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In