ସମ୍ବଲପୁର : କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପଟୁ ୧୩ଟି ଓ ଡାହାଣପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ରହିଛି ୬୦୭.୮୫ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୩୩ହଜାର ୮୨୪ କ୍ୟୁସେକ ଜଳ ପ୍ରବେଶ କରୁଛି ।
ନିଷ୍କାସିତ ହେଉଛି ୩ଲକ୍ଷ ୩୨ହଜାର ୪୯୧ କ୍ୟୁସେକ ଜଳ । ମହାନଦୀ ମଧ୍ୟକୁ ନଯିବା ପାଇଁ ଲୋକଙ୍କୁ ସତର୍କ କରାଯାଉଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ଟି ଜିଲ୍ଲାର ଜିଲ୍ଳାପାଳ ଓ ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି ।
