• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଜ୍ୟରେ ଏଚଏମପିଭିର କୌଣସି ସୂଚନା ନାହିଁ

by Voice of Victims
January 16, 2025
in ମୁଖ୍ୟ ଖବର, ରାଜ୍ୟ
ରାଜ୍ୟରେ ଏଚଏମପିଭିର କୌଣସି ସୂଚନା ନାହିଁ

ଭୁବନେଶ୍ଵର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏଚଏମପିଭିର କୌଣସି ସୂଚନା ନାହିଁ। ଏବେ ସୁଦ୍ଧା ରାଜ୍ୟରୁ କେହି ସଂକ୍ରମିତ ଚିହ୍ନଟ ହେବାର ରିପୋର୍ଟ ଆସିନି। ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ୍ ଆସିଛି। ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ, ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଏଚଏମପିଭି  ରୋଗୀ ଚିହ୍ନଟ ଖବର ମିଛ।ସାଧାରଣ ଥଣ୍ଡା ଜ୍ଵର ଭଳି ଏଚଏମପିଭିର ଲକ୍ଷଣ। ଶୀତ ଋତୁରେ ସାଧାରଣତଃ ଥଣ୍ଡା ଜ୍ଵର ହୁଏ। ରୋଗୀଙ୍କ ସଂଖ୍ୟା ସେତେ ଅଧିକ ହୋଇନାହିଁ। ତେଣୁ ଭୟ କରିବାର ଆବଶ୍ୟକତା ନାହିଁ। ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସମ୍ମିଳନୀ କକ୍ଷରେ ଏଚ୍‌ଏମ୍‌ପିଭିର ମୁକାବିଲା ପାଇଁ ବୈଠକ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଚ୍‌ଏମପିଭିକୁ ନେଇ ଆଲୋଚନା ହୋଇଥିଲା । ଆଇଡିଏସପି, ଏନସିଡିସି ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମ୍‌ସ୍‌, ଭୁବନେଶ୍ୱର, ଆର୍‌ଏମ୍‌ଆରସି, ଭୁବନେଶ୍ୱର, ଆଇଏଲ୍‌ଏସ୍‌, ଭୁବନେଶ୍ୱର ଆଦି ପ୍ରମୁଖ ଅନୁଷ୍ଠାନ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଅଯଥା ବିଚଳିତ ହେବାର କାରଣ ନାହିଁ । ବ୍ୟାପକ ଜନସଚେତନତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରିହେବ । ତେଣୁ ପରିସ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନଦେବା ଆବଶ୍ୟକ ।

Post Views: 64
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In