• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଢେଙ୍କାନାଳ ରକ୍ତଭଣ୍ଡାର କେନ୍ଦ୍ରରେ ବ୍ୟାପକ ଅନିୟମିତତା, ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ

by Voice of Victims
March 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଢେଙ୍କାନାଳ ରକ୍ତଭଣ୍ଡାର କେନ୍ଦ୍ରରେ ବ୍ୟାପକ ଅନିୟମିତତା, ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ

ଭୁବନେଶ୍ବର (ଭିଓଭି) ଢେଙ୍କାନାଳ ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଅଭାବ ହେବାର‌ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ ‌
ନାହିଁ । ପ୍ରତି ବର୍ଷ ଗ୍ରୀଷ୍ମ ଆସିଲେ ଏଭଳି ରକ୍ତ ସଂକଟ ଦେଖାଦେଇଥାଏ। ରକ୍ତ ସଂଗ୍ରହ ଠାରୁ ରକ୍ତର ଆବଶ୍ୟକତାର ପରିମାଣ ଅଧିକ ରହୁଥିବା ହେତୁ ଏଵେ ରକ୍ତଭଣ୍ଡାରରେ ଏଭଳି ଉତ୍କଟ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ଏହାର ସମାଧାନ ପାଇଁ ରକ୍ତଭଣ୍ଡାର କୋୖଣସି ପଦକ୍ଷେପ ନେଉନଥିବା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ରକ୍ତଭଣ୍ଡାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ରକ୍ତ ଆବଶ୍ୟକ ଥିବା ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ରକ୍ତଦାତାଙ୍କ ପ୍ରାକ୍ ପରୀକ୍ଷଣ କରାଯାଉନାହିଁ ଯାହା ଫଳରେ ରୋଗୀ ନୂତନ ଏକ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି। ସେହିପରି ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିର ସମୟରେ ସଂପୃକ୍ତ ଅଧିକାରୀ ସେଠାରେ ଉପସ୍ଥିତ ରହୁନଥିବା ଅଭିଯୋଗ କରିଛନ୍ତିି ଆୟୋଜକ। ଯାହାଫଳରେ ରକ୍ତଦାତାଙ୍କ ପ୍ରାକ୍ ପରିକ୍ଷଣ ତ ଦୂରର କଥା ରକ୍ତଚାପ ମଧ୍ୟ ମପା ହେବା ସମ୍ଭବ ହେଉନାହିଁ। ଆବଶ୍ୟକୀୟ ପରିମାଣର କର୍ମଚାରୀ ଅଭାବରୁ ଏଭଳି ଅନିୟମିତତା ଦେଖାଯାଏ ବୋଲି କିଛି ବରିଷ୍ଠ ଡ଼ାକ୍ତର ନିଜର ମତ ପ୍ରକାଶ କରିଛନ୍ତି। ଅଧିକାରୀ ଙ୍କ ଯୋଗାଯୋଗ ନମ୍ବର ସାର୍ବଜନୀନ ହେଉନଥିବାରୁ ଏନେଇ ଅଧିକାରୀ ଙ୍କୁ ଅଭିଯୋଗ କରିବା ପାଇଁ କୈାଣସି ଉପାୟ ପାଉନାହାନ୍ତି ଅଭିଯୋଗକାରୀ । ଅନ୍ୟପଟେ ରକ୍ତଭଣ୍ଡାର ଅଧିକାରୀ ଶ୍ରୀ ଜୟ ନାରାୟଣ ପାଢ଼ୀ ବହୁ ମାସ ତଳୁ ବଦଳି ହୋଇଯାଇଥିଲେ ମଧ୍ୟ ଫଳକରେ ନୂତନ ଅଧିକାରୀଙ୍କ ଫଳକ ଲଗାଯାଉ ନାହିଁ।

Post Views: 24
Tags: There is widespread irregularity in Dhenkanal Blood Centre
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In