ଯୁକ୍ତ ୨ ପରୀକ୍ଷାରେ ଚଳିତ ବର୍ଷ ହୋଇପାରେ ଅନଲାଇନ୍ ଖାତା ଦେଖା । କଳା ବିଭାଗ ପାଇଁ ପ୍ରସ୍ତୁତି କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ। ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ଯ୍ୟକ୍ଷମ ହେବ। ତେବେ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା। ହେଲେ ଏବେ ସମସ୍ତ ବିଭାଗର ଖାତା ଅନଲାଇନରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି।
ସେ ଆଉ ମଧ୍ୟ କହିଛନ୍ତି ଅନ୍ଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, ବିଭାଗ ଯୋଜନା କରୁଛି, ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ ହେବ। ଚୂଡାନ୍ତ ପାଇଁ ବଜେଟ୍ ଫାଇନାଲ୍ ହୋଇନାହିଁ, ନିଷ୍ପତ୍ତି ନିଆଯାଇପାରେ ।

ଅନ୍ୟପଟେ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇସାରିଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଓ କଳା ବିଭାଗରେ ପ୍ରାୟ ୮୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ।
