ବାଲେଶ୍ୱର ( ଭିଓଭି ) ୨୫/୩ : – ଆଜି ଅପରାହ୍ନରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ପବନ ସହିତ ବିଜୁଳି , ଘଡଘଡି ହୋଇଛି । ସ୍ଥାନେ ସ୍ଥାନେ ଛୋଟ ଛୋଟ କୁଆପଥର ବର୍ଷା ମଧ୍ୟ ହୋଇଛି । ପ୍ରଚଣ୍ଡ ଘଡଘଡି ଯୋଗୁଁ କିଛି ନଡ଼ିଆ ଗଛ , ତାଳ ଗଛ ଜଳିଯାଇଥିବାର ଖବର ଆସିଛି । କୁଆପଥର ପାଇଁ ଆମ୍ବଗଛର ଆମ୍ବ କ୍ଷତିଗ୍ରସ୍ତ ହୋଇଛି । ଜନଜୀବନ କ୍ଷୟକ୍ଷତି ହୋଇନାହିଁ ।
