• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜବାହରଲାଲ ନେହେରୁଙ୍କ ପାଇଁ ଆଜି POK : ଅମିତ ଶାହ

by Voice of Victims
July 29, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଜବାହରଲାଲ ନେହେରୁଙ୍କ ପାଇଁ ଆଜି POK : ଅମିତ ଶାହ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଆଲୋଚନା ବେଳେ ଗତକାଲି ସଂସଦରେ ପିଓକେ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ସାଂସଦ ତରୁଣ ଗୋଗୋଇ । ଆଜି ତାର ଉତ୍ତର ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଜବାହ.ଲାଲ ନେହରୁଙ୍କ ପାଇଁ ଆଜି ପିଓକେ ଅଛି ବୋଲି ଶାହ କହିଛନ୍ତି ।

ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା ଫଳରେ ପିଓକେର ଜନ୍ମ । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି । ଯାହାକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ୧୯୭୧ ସିମଲା ଚୁକ୍ତି ବେଳେ ବି କଂଗ୍ରେସ ପିଓକେ କଥା ଭୁଲିଗଲା ।

୧୯୬୦ରେ ସେମାନେ ୮୦ ପ୍ରତିଶତ ସିନ୍ଧୁ ନଦୀର ଜଳ ଦେଇ ଦେଲେ । ୧୯୭୧ ସିମଲା ରାଜିନାମା ବେଳେ PoKକୁ କଂଗ୍ରେସ ଭୁଲିଗଲା । ଯଦି ସେତେତେବେଳେ ସେମାନେ PoKକୁ ଆଣିଥାନ୍ତେ, ଆଜି ସେଠାରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ପଡ଼ୁନଥାନ୍ତା । ସେହିପରି ଯଦି ବିଭାଜନକୁ କଂଗ୍ରେସ ଗ୍ରହଣ କରିନଥାନ୍ତା ଆଜି ପାକିସ୍ତାନ ନଥାନ୍ତା ବୋଲି କହିଛନ୍ତି ଶାହ ।

ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡା ଜବାବ ଦେଇ ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୁତ ତଥ୍ୟ ରଖିଥିଲେ । ପହଲଗାମ ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି ।

ବିରୋଧୀଙ୍କୁ ଜବାବ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତୀୟ ସେନା ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ହୋଇଥିଲା । କୌଣସି ସାଧାରଣ ନାଗରିକ ଶିବିରିକୁ ଟାର୍ଗେଟ କରାଯାଇନଥିଲା । ପୂର୍ବରୁ ପିଓକେ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହା ଏକ ପ୍ରକାର ଆମେ ଭାରତ ଭିତରେ ଆକ୍ରମଣ କରିଥିଲୁ କାରଣ ପିଓକେ ଆମର । ଏଥର ପିଓକେରୁ ୧୦୦କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କୁ ମାରିଥିଲୁ ।

Post Views: 76
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In