ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ନବୀନଙ୍କୁ ୭୯ ପୂରିଛି । ଏଥର ନିଜ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ। ଜନ୍ମଦିନରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗଦେବେ। ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ନବୀନ ଗ୍ରାଉଣ୍ଡକୁ ଓଲାଇଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀ ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ବାହାରିବ ପଦଯାତ୍ରା ।

ଏଥିରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ । ସେଠାରେ ପିଲାଙ୍କ ସହ ସମୟ ବିତାଇବା ସହ ମିଷ୍ଟାନ ବଣ୍ଟନ କରିବେ ନବୀନ । ଏହା ପରେ ନବୀନ ଏସଓଏସ ଭିଲେଜ ଯିବେ । ସେଠି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ନବୀନଙ୍କୁ ସ୍ଵାଗତ କରିବାକୁ ମଙ୍ଗଳା ବସ୍ତି ବାସିନ୍ଦା ନିଜ ଘର ସାମ୍ନାରେ କଳସ ମୁରୁଜ ବସେଇଛନ୍ତି। ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡ଼ମ୍ବର ଭାବେ ପାଳନ ହେଉଛି ନବୀନଙ୍କ ଜନ୍ମଦିନ।

