• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଦେଖିବାକୁ ମିଳିବ କମଳା-ଟ୍ରମ୍ପ୍‌ଙ୍କ ଦମ୍‌ଦାର ଲଢ଼େଇ

by Voice of Victims
November 4, 2024
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଦେଖିବାକୁ ମିଳିବ କମଳା-ଟ୍ରମ୍ପ୍‌ଙ୍କ ଦମ୍‌ଦାର ଲଢ଼େଇ

ୱାଶିଂଟନ୍‌: ଆସନ୍ତା କାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହାକୁ ନେଇ ସମଗ୍ର ବିଶ୍ୱ ବେଶ୍ ସତର୍କ ରହିଛି। ଆମେରିକାବାସୀ ମଧ୍ୟ ଚଳିତ ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି। ୨୦୨୪ ନଭେମ୍ବର ୫ରେ ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକାର ଏହି ସାଧାରଣ ନିର୍ବାଚନରେ ଏଥର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ୍ ପାର୍ଟିରୁ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ନିର୍ବାଚନ ଲଢ଼ୁଥିବା ବେଳେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁଣିଥରେ ଡୋନାଲ୍ଡ ଟ୍ରମ୍ପ୍ ମୈଦାନକୁ ଓହ୍ଲାଇଛନ୍ତି। ଏହାପୂର୍ବରୁ ୨୦୧୬ରେ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବାର ସୌଭାଗ୍ୟ ହାସଲ କରିସାରିଛନ୍ତି। ଉଭୟ ନେତା ନିଜ ସାମର୍ଥ୍ୟ ଠାରୁ ଢ଼େର ଅଧିକ ଗୁଣରେ ନିର୍ବାଚନୀ ପ୍ରଚାର କରିଛନ୍ତି, ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି। ନିର୍ବାଚନ ପ୍ରଚାର କାଳରେ ଦେଶବାସୀଙ୍କୁ ଉଭୟ ନେତା ବେଶ୍ ବଡ଼ ବଡ଼ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୋଟାମୋଟି ଚଳିତ ନିର୍ବାଚନରେ କମଳା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି। ଇତି ମଧ୍ୟରେ କେତେକ ସର୍ଭେ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କମଳା ହାରିସ୍‌ଙ୍କ ତୁଳନାରେ ଟ୍ରମ୍ପ୍ ଆଗୁଆ ରହିଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟ ନାଗରିକଙ୍କ ବେଶ୍ ବଡ଼ ଯୋଗଦାନ ରହିଛି। ସୁତରାଂ ଉଭୟ ନେତା ପ୍ରବାସୀ ନାଗରିକଙ୍କୁ ନିଜ ସପକ୍ଷରେ ନେବା ପାଇଁ ଗୋଟି ଚାଳନା କରିଛନ୍ତି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ଦେଶରେ ହେଉଥିବା ନିର୍ବାଚନ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇଥାଏ। ଏଠାରେ ଭୋଟରମାନେ ସିଧାସଳଖ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେଉନଥିବା ବେଳେ ଇଲେକ୍ଟୋରାଲ୍ କଲେଜ୍‌ର ପ୍ରତିନିଧିଙ୍କୁ (ଇଲେକ୍ଟର)ଙ୍କୁ ହିଁ ଭୋଟ୍ ଦେଇଥାନ୍ତି। ପରବର୍ତ୍ତୀ ସମୟରେ ଇଲେକ୍ଟୋରାଲ କଜେଲ୍ ସଂଖ୍ୟା ଆଧାରରେ ହିଁ ବିଜେତା ନିର୍ଦ୍ଧାରଣ କରାଯାଇଥାଏ। ଯେଉଁ ଦଳକୁ ସର୍ବାଧିକ ଇଲେକ୍ଟୋରାଲ୍ କଲେଜ୍ ସଂଖ୍ୟା ମିଳିଥାଏ ସେହି ଦଳ ହିଁ ସରକାର ଗଠନ କରିଥାନ୍ତି। ଇଲେକ୍ଟରମାନେ ସେମାନଙ୍କ ନେତା (ରାଷ୍ଟ୍ରପତି ପ୍ରାର୍ଥୀ)ଙ୍କୁ ଭୋଟ୍ ଦେଇ ଜିତାଇଥାନ୍ତି। ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ସରକାର ଗଢ଼ିବା ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ୨୭୦ (୨୭୦ ଜଣ ଇଲେକ୍ଟରଙ୍କ ଭୋଟ୍‌) ମିଳିଥାଏ ସେହି ପ୍ରାର୍ଥୀ ହିଁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ଅର୍ଥାତ୍‌, ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି। ଆମେରିକା ସଂସଦରେ ଦୁଇଟି ସଦନ ରହିଛି। ପ୍ରଥମଟି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ ଯାହାକୁ ପ୍ରତିନିଧି ସଭା ମଧ୍ୟ କୁହାଯାଏ। ଏହାର ସଦସ୍ୟ ସଂଖ୍ୟା ୪୩୫ ରହିଛି। ଅନ୍ୟ ସଦନ ସିନେଟରେ ୧୦୦ ଜଣ ସଦସ୍ୟ ରହିଥାନ୍ତି। ଏହା ବ୍ୟତୀତ ଆମେରିକାର ୫୧ତମ ରାଜ୍ୟ କଲମ୍ବିଆର ୩ଜଣ ସଦସ୍ୟ ମଧ୍ୟ ଆସିଥାନ୍ତି। ଏଭଳି ଭାବେ ସଂସଦକୁ ମୋଟ ୫୩୮ ସଦସ୍ୟ ବା ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ପ୍ରକାଶ, ଆମେରିକାରେ ପ୍ରତି ୪ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଆମେରିକା ସମ୍ବିଧାନ ଅନୁଯାୟୀ ଏହାର ସ୍ଥାୟୀ ଦିବସ ମଧ୍ୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ମାସର ପ୍ରଥମ ସୋମବାର ପରେ ପରବର୍ତ୍ତୀ ମଙ୍ଗଳବାର ଦିନ ହିଁ ଆମେରିକାରେ ନିର୍ବାଚନ ହୋଇଥାଏ। ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଥିବାରୁ ସେଠାରେ ରିପବ୍ଲିକାନ ଓ ଡେମୋକ୍ରାଟିକ ନାମକ ଦୁଇଟି ଦଳ ପ୍ରାର୍ଥୀ ଦେଇଥାନ୍ତି। ସେହିପରି ଏଠାରେ ନିର୍ଦ୍ଧାରିତ ଭୋଟ୍ ଗ୍ରହଣ ତାରିଖର ୬୦ ଦିନ ପୂର୍ବରୁ ଭୋଟ ଦାନ ପ୍ରକ୍ରିୟାର ବ୍ୟବସ୍ଥା ରହିଛି। ଏହାକୁ ଆର୍ଲି ଭୋଟିଂ ସିଷ୍ଟମ୍ କୁହାଯାଇଥାଏ। ଏହି ଅବଧିରେ ଆମେରିକା ବାହାରେ ରହୁଥିବା ଲୋକେ ମଧ୍ୟ ଅନ୍‌ଲାଇନ ପ୍ଲାଟଫର୍ମରେ ଭୋଟ ଦେଇଥାନ୍ତି।

Post Views: 48
Tags: Today
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In