• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରୁ ୪ ଖୋର୍ଦ୍ଧାରୁ ଜଣେ

by Voice of Victims
May 28, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ପୁଣି ଡରାଇଲାଣି କରୋନା: ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କାୟା ବିସ୍ତାର କଲାଣି କରୋନା । ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ । ଯାହା ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ଵରର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରୁ ବୋଲି ଜଣାପଡିଛି । ସେହିଭଳି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । ଏନେଇ ଆଜି ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଦେଶରେ କୋଭିଡ ସ୍ଥିତି ଓ ସଂକ୍ରମଣ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସଂକ୍ରମଣ ବଢ଼ିବା ଭିତରେ ଆଇସିଏମ୍‌ଆର ସତର୍କ ରହିବାକୁ ଓ ଭୟଭୀତ ନ ହେବାକୁ କହିଛି । ଭାରତରେ କୋଭିଡ ଭାରିଆଣ୍ଟର NB.1.8.1ର ଗୋଟିଏ ଏବଂ LF.7 ଭାରିଆଣ୍ଟ ମାଡ଼ି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆଇସିୟୁ ବେଡ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀ ଉପକରଣ ମହଜୁଦ ରଖିବାକୁ ସମସ୍ତ ହସ୍ପିଟାଲକୁ ପରାମର୍ଶ ଦିଆଯାଇଛି । କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହାଁନ୍ତି କେନ୍ଦ୍ର ସରକାର ।

ଏହା ଓମିକ୍ରନର ଏକ ଉପ-ଭାରିଆଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ WHO ଏହି ଭାରିଆଣ୍ଟକୁ ଏପର୍ଯ୍ୟନ୍ତ ଚିନ୍ତାଜନକ ଭାରିଆଣ୍ଟ ବୋଲି କୁହାଯାଇନାହିଁ । ଏହାର ଲକ୍ଷଣ ସାଧାରଣତଃ କମ୍ ରହିଛି । ଯେପରିକି ଜ୍ୱର, ନାକ ବହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା ଏବଂ ଅବସାଦ । ଅଧିକାଂଶ ସଂକ୍ରମିତ ବ୍ୟକ୍ତି ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଯାଉଛନ୍ତି ।

Post Views: 91
Share197Tweet123Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In