ଭୁବନେଶ୍ୱର (ଭିଓଭି): ରାଜ୍ୟସ୍ତରୀୟ ସୁରଭି ମେଳା-୨୦୨୪ରେ ମିଶ୍ରଶାଳ ତା’ର ଶତାଧିକ ପାରମ୍ପରିକ ଲୋକଉପକରଣ ପ୍ରଦର୍ଶନ କରି ଶିଶୁ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କର ଅତିପ୍ରିୟଭାଜନ ହୋଇପାରିଛି। ମିଶ୍ରଶାଳର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ମିଶ୍ରଙ୍କ ହାତଗଢ଼ା ଜିନିଷ ଗୁଡ଼ିକୁ ଦର୍ଶକମାନେ ଅତି ଆଗ୍ରହର ସହ ଦେଖି ବିଶେଷ ଆନନ୍ଦିତ ହୋଇଛନ୍ତି। ଷ୍ଟଲ ନଂ-୧୨ ରେ ସେଥିପାଇଁ ଖୁବ୍ ଭିଡ଼ ହେଉଛି।

ମିଶ୍ରଶାଳର ସଭାପତି ଶରତ କୁମାର ଦାସ, ସହ ସମ୍ପାଦକ ବସନ୍ତ କୁମାର ସାହୁ, ବୃତ୍ତିବିବୃତ୍ତ ପ୍ରଫେିସର ଡ.ବେଣୁଧର ଦାସ, ଗୋସ୍ୱାମୀ ଗୋଲାମ ଦେବତା, ଅଲେଖ ଚନ୍ଦ୍ର ନନ୍ଦୀ, ବିକ୍ରମ ଦାଶ, ସମ୍ବିତ ମିଶ୍ର, ଦେବରାଜ ତ୍ରିପାଠୀ ପ୍ରମୁଖ ଷ୍ଟଲ ପରିଚାଳନା କରି ପ୍ରତ୍ୟକଟି ଜିନିଷର ତିଆରି ପ୍ରଣାଳୀ, ଉପଯୋଗିତା ପ୍ରଭୃତି ସମ୍ପର୍କରେ ଦର୍ଶକମାନଙ୍କୁ ବିଧିବଦ୍ଧ ଭାବରେ ବୁଝାଇ ସେମାନଙ୍କ କୌତୁହଳ ପ୍ରଶମନ କରୁଛନ୍ତି। ଆଗାମୀ ୧୩ ଓ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଭାପତି ଶରତ କୁମାର ଦାଶ ପ୍ରକାଶ କରିଛନ୍ତି।


