• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଟ୍ରାଫିକ୍‌ କଟକଣା

by Voice of Victims
January 22, 2025
in ମୁଖ୍ୟ ଖବର, ରାଜ୍ୟ
ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର:ଚଳିତବର୍ଷ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓ ଗୁରୁବାର ଅପରାହ୍ନ ୨ଟାରୁ ୬ଟା ପର୍ୟ୍ୟନ୍ତ ପରେଡ୍‌ ଏବଂ ଶୁକ୍ରବାର ସକାଳ ୭ରୁ ୧୧ଟା୩୦ ଯାଏ ପୂର୍ଣ୍ଣ ଅଭ୍ୟାସ ପରେଡ୍‌ ଅନୁଷ୍ଠିତ ହେବ। ଏଥିସହିତ ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ସକାଳ ୬ଟା୩୦ରୁ ଆରମ୍ଭ ହେବାକୁ ଥିବାବେଳେ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ  ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍‌ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହାନଗୁଡ଼ିକ କେଶରୀ ଟକିଜ୍‌ଠାରୁ ଆଗକୁ ନ ଯାଇ ସେହିଠାରୁ ବାମପାର୍ଶ୍ୱ ଲେନ୍‌ରେ ଯିବ। ସେହିପରି ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍‌ ଅଡିଟୋରିୟମ୍‌ ପଟୁ ଯିବେ। ୧୨୦ ବାଟାଲିୟନ୍‌ ଛକରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମ୍‌.ଏଲ୍‌ଏ କଲୋନୀ ରାସ୍ତା ଦେଇ ୪ ନମ୍ବର ପାର୍ଶ୍ୱକୁ ଯିବେ। ମହାତ୍ମାଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍‌ ଓ ବାଇଲେନ୍‌ଗୁଡ଼ିକରେ ଯାନବାହନ ଚଳାଚଳ ବନ୍ଦ ରହିବ। କେବଳ ପଦଚାରୀମାନେ ଚାଲି ଚାଲି ମହାତ୍ମାଗଳନ୍ଧୀ ମାର୍ଗକୁ ଆସିପାରିବେ। ତେବେ ସାଧାରଣତନ୍ତ୍ର ଦିବସରେ ପରେଡ୍‌ ସରିବା ଯାଏ ପିଏମ୍‌ଜି ଛକଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ କୌଣସି ଗ୍ୟାସ୍‌ ବେଲୁନ୍‌ ବିକ୍ରି ହୋଇପାରିବ ନାହିଁ।

Post Views: 62
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In