• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆଦିବାସୀ ମେଳା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ଆଦିବାସୀ କଳା ଓ ସଂସ୍କୃତି

by Voice of Victims
January 5, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଦିବାସୀ ମେଳା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ଆଦିବାସୀ କଳା ଓ ସଂସ୍କୃତି

ଭୁବନେଶ୍ୱର : ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଆଦିବାସୀ ମେଳା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। ଚଳିତ ବର୍ଷ ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ। ଓଡ଼ିଶାର ସବୁ ଆଦିବାସୀ ମାନଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ରବିବାର ସନ୍ଧ୍ୟାରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ପ୍ରତିବର୍ଷ ଜାନୁଆରୀ ୨୬ରୁ ଏହି ମେଳା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ମାସ ଭୁବନେଶ୍ୱରରେ ୨ଟି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ମେଳା କରାଯାଇଛି। ଆସନ୍ତା ୮ ତାରିଖ ଠାରୁ ‘ପ୍ରବାସୀ ଭାରତୀୟ ଦିବସ’ ଓ ପରେ ପରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ଆୟୋଜନ ହେବ। ଏହି ୨ଟି କାର୍ଯ୍ୟକ୍ରମରେ ଦେଶବିଦେଶରୁ ଅତିଥି ଭୁବନେଶ୍ୱର ଆସିବେ। ସେହି ଅତିଥିମାନେ ଆଦିବାସୀ ମେଳାକୁ ବୁଲି ଦେଖିବେ। ଓଡ଼ିଶାର ଆଦିବାସୀ ସଂସ୍କୃତି ଦେଶ-ବିଦେଶରେ ପ୍ରଚାରିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି। ଏତେ ସଂଖ୍ୟକ ଲୋକଙ୍କର ବିକାଶ ନ ହେଲେ, ରାଜ୍ୟର ଉନ୍ନତି ଅସମ୍ଭବ। କ୍ଷୋଭର ବିଷୟ ହେଉଛି, ସ୍ୱାଧୀନତାର ୭୫ ବର୍ଷ ବିତିଗଲେ ସୁଦ୍ଧା ଆଜି ପ୍ରତିଟି ସାମାଜିକ ତଥା ଅର୍ଥନୈତିକ ସୂଚକାଙ୍କରେ ଜନଜାତି ଅନେକ ପଛରେ ପଡ଼ିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଆୟ, ଜୀବନ ଜୀବିକା ଇତ୍ୟାଦି କ୍ଷେତ୍ରରେ ଓଡ଼ିଶାର ଆଦିବାସୀ ବହୁତ ପଛୁଆ। ନିଜ ଅନୁଭବରୁ ମୁଁ ଆଦିବାସୀମାନଙ୍କ ଦାରିଦ୍ର‌୍ୟ ବିଷୟରେ ଜାଣିଛି। ଏଥିପାଇଁ ‘ଗରିବ ପର୍ଯ୍ୟଟନ’ର ଆବଶ୍ୟକତା ନାହିଁ । ଏଥିପାଇଁ ମୁଁ ପ୍ରଥମ ଦିନରୁ ହିଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଦିବାସୀମାନଙ୍କ ସ୍ୱାର୍ଥକୁ ସରକାର କେବେ ଜଳାଞ୍ଜଳି ଦେବେ ନାହିଁ। ଯେପରି ତଞ୍ଚକତା କରି ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଟେକିଦେବା ପାଇଁ କୁତ୍ସିତ ଯୋଜନା ଗତ ସରକାର କରିଥିଲେ, ତାକୁ ମୁଁ ନାକଚ କରିଦେଇଛି। ଆପଣ ବସବାସ କରୁଥିବା ଜମି, ଜଙ୍ଗଲ ଏବଂ ଜଳକୁ ସୁରକ୍ଷା ଦେବା ଦାୟିତ୍ୱ ମୋହନ ସରକାରର। ଆପଣମାନେ, ଏଥିପ୍ରତି ନିଶ୍ଚିତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସେ ପୁଣି କହିଥିଲେ ଯେ ରାଜ୍ୟରେ ଜନଜାତିମାନେ ବିଶେଷତଃ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ପ୍ରାୟ ବସବାସ କରନ୍ତି। ତେଣୁ ଆଞ୍ଚଳିକ ବୈଷମ୍ୟବାଦକୁ ଦୂର କରି ଏକ ସନ୍ତୁଳିତ ବିକାଶ ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏହା ଅତିଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଆଗାମୀ ଦିନରେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ଆପଣମାନେ ନିଜ ନିଜସ୍ତରରେ ନିର୍ଣ୍ଣୟ ନେଇ ପାରିବେ। ଶିକ୍ଷା ଓ ସଂସ୍କୃତି ହେଉଛି ଗୋଟିଏ ଜାତିର ମୂଳଦୁଆ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିକ୍ଷା ଆମକୁ ପ୍ରଗତି ଆଡକୁ ଟାଣିନିଏ ଏବଂ ସଂସ୍କୃତି ଆମକୁ ଆମ ପରମ୍ପରା ସହ ଯୋଡ଼ି ରଖେ। ଏହି ଉଭୟର ସମ୍ମିଶ୍ରଣରେ ଦେଶର ସ୍ୱର୍ଣ୍ଣିମ ଇତିହାସ ଲେଖାଯାଏ। ଆଜି ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ସେହି ସଂସ୍କୃତି ଓ ଶିକ୍ଷାର ଏକ ଅପୂର୍ବ ମିଳନ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଆଧୁନିକତା ମଧ୍ୟରେ ଆପଣମାନେ ଏହି ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖି ବିଶ୍ୱ ଦରବାରରେ ଏହାକୁ ଆଦୃତ କରାଇଛନ୍ତି। ଏଥିପାଇଁ ଆଦିବାସୀ ମାନେ ଧନ୍ୟବାଦର ପାତ୍ର। ଆଦିବାସୀ ମାନଙ୍କ ଐତିହାସିକ ବୀର, ବୀରାଙ୍ଗନା ମାନଙ୍କୁ ପ୍ରଧାନମନ୍ତ୍ରୀ ଇତିହାସର ହଜିଲା ପୃଷ୍ଠାରୁ ଆଣି ସେମାନଙ୍କ ଉଜ୍ଜ୍ୱଳ ଛବିକୁ ପୁଣି ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ ୧୦ ଜଣ ଜନଜାତି କୃଷକଙ୍କୁ ସମ୍ମାନିତ କରିଥିଲେ। ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ୱାରା ପ୍ରକାଶିତ ଜର୍ଣ୍ଣାଲ୍ ‘ବନଜା-୨୦୨୫’ ର ସଂସ୍କରଣ ଉନ୍ମୋଚନ କରିଥିଲେ। ମେଳା ମଧ୍ୟରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରିତିନୀତି ଓ ଚଳଣି ସମ୍ପର୍କିତ ପ୍ରଦର୍ଶନୀରେ ନିର୍ମିତ କୁଡିଆ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହ ମେଳା ପରିସରରେ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଓ ଫୁଡକୋର୍ଟ ଉଦଘାଟନ କରିଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ନିର୍ଦ୍ଦେଶକ ଡକ୍ଟର ପୋମା ଟୁଡୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ଟି ଷ୍ଟଲ୍‌, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବା ବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍‌, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍‌କୁ ସ୍ଥାନ ଦିଆଯାଇଛି । ଏଥିସହିତ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍‌ର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ‘ଫାୟର୍ ୱାର୍କ ଶୋ’ ର ମଧ୍ୟ ଆୟୋଜନ କରାଯାଉଛି ।

Post Views: 121
Tags: Tribal art and culture will gain prominence on the world stage
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In