ସତ୍ୟବାଦୀ (ଭିଓଭି ନିଉଜ) ୧୪-୦୨-୨୬: 2019 ମସିହା ଫେବୃଆରୀ 14 ତାରିଖରେ ଦେଶର ଯୁବ ପୀଢ଼ି ଭାଲେଣ୍ଟାଇନ ଡେ ପାଳୁଥିବା ବେଳେ ଜାମ୍ମୁ କାଶ୍ମୀରର ପୁଲୱାମା go ଠାରେ ଆତଙ୍କବାଦୀ ଆକ୍ରମଣରେ ଦେଶ ସୁରକ୍ଷା ରେ ନିୟୋଜିତ 40 ଜଣ ବୀର ଯବାନ ସହିଦ ହୋଇଥିଲେ l ଯାହା ଏପର୍ଯ୍ୟନ୍ତ ସର୍ବବୃହତ୍ତ ଆତଙ୍କବାଦୀ ଆକ୍ରମଣ ଭାବରେ ବିବେଚନା କରାଯାଏ। ଏହି ଆକ୍ରମଣ ରେ ସହୀଦ ହୋଇଥିବା ସମସ୍ତ ସହିଦଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ଠାରେ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ସନ୍ଧ୍ୟାରେ ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକମାନେ ଏକତ୍ରିତ ହୋଇ ସମୂହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ପୁଲୱାମାର 40 ଜଣ ସହିଦ ଓ ସତ୍ୟବାଦୀର 2 ଜଣ ସହିଦ ଶ୍ୟାମ ସୁନ୍ଦର ବାରିକି ଓ ସହିଦ ଦେବାଶିଷ ବିଶ୍ୱାଳ ଙ୍କ ସମେତ 42 ଜଣ ସହିଦଙ୍କ ନିମନ୍ତେ 42 ଗୋଟି ଦୀପଦାନ କରା ଯାଇଥିଲା l ଏହି ଅବସରରେ ବୁଦ୍ଧିଜୀବୀ ଗୋପୀନାଥ ରଥ, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ଆଇନଜୀବୀ ସୁଶାନ୍ତ କୁମାର ରଥ, ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର ଦୁର୍ଗେଶ ପ୍ରସାଦ ମିଶ୍ର,ରମା ବଲ୍ଲଭ ବରାଳ, ରାଜ କିଶୋର ସେନାପତି, ଭବାନୀ ଶଙ୍କର ନନ୍ଦ, କୈଳାଶ ଚନ୍ଦ୍ର ବାରିକ,ରମେଶ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ପଣ୍ଡା, ଯୋଗୀ ବେତାଳ, ଦୀପକ ବାରିକ, ପ୍ରଶାନ୍ତ କୁମାର ବାରିକ, ବାଳକୃଷ୍ଣ ପଟ୍ଟନାୟକ ଓ ବନ୍ଦନା ମହାପାତ୍ରଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ପୁଲୱାମା ସହିଦ ଓ ସତ୍ୟବାଦୀର ସହିଦଙ୍କ ସ୍ମୃତି ଚାରଣ କରିଥିଲେ l
