• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଟ୍ରକ ଓ ବାଇକ ଧକ୍କା, ମହିଳା ମୃତ

by Voice of Victims
December 6, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଟ୍ରକ ଓ ବାଇକ ଧକ୍କା, ମହିଳା ମୃତ

ରଣପୁର (ଭିଓଭି) : ଶୁକ୍ରବାର ଅପରାହ୍ଣ ୨ ଘଟିକା ସମୟରେ ରଣପୁର ବ୍ଲକ ବଜ୍ରକୋଟ ଗ୍ରାମ ନିକଟସ୍ଥ ଅସୁରକୁମାରୀ ଛକ ଠାରେ ଟ୍ରକ ଓ ବାଇକ ମୁହାମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ରଣପୁର ବଡକୂଅ ସାହିର ରଶ୍ମିରଞ୍ଜନ ଦାଶ ନାମକ ଜଣେ ଯୁବକ ଓଡି-୨୫-ପି-୬୫୩୨ ନମ୍ବର ବିଶିଷ୍ଟ ଏକ ପଲସର ବାଇକରେ ନିଜ ମାଆଙ୍କୁ ନେଇ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଦର୍ପନାରାୟଣପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ନୟାଗଡ ପଟୁ ଆସୁଥିବା ଓଆର-୦୫-ଏଡି-୩୫୦୦ ନମ୍ବର ବିଶିଷ୍ଟ ଏକ ଟ୍ରକ ଏହି ବାଇକକୁ ବଜ୍ରକୋଟ ଅସୁରକୁମାରୀ ଛକଠାରେ ସାମନା ପଟୁ ଧକ୍କା ଦେଇଥିଲା । ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ହୋଇ ଦୁର୍ଘଟଣା ହେବା ଯୋଗୁଁ ରଶ୍ମି ରାସ୍ତାର ବାମ ପାର୍ଶ୍ୱରେ ଛିଟିକି ପଡିଥିବା ବେଳେ ତାଙ୍କ ମାଆ ରାସ୍ତା ଓପରେ ପଡି ଯିବାରୁ ଟ୍ରକ ତାଙ୍କ ମାଆଙ୍କ ଉପରେ ମାଡି ଯାଇଥିଲା । ଫଳରେ ତାଙ୍କ ମାଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ରଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ ଜବତ ସହ ଶବକୁ ରଣପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି।

Post Views: 162
Tags: Truck and bike collide
Share214Tweet134Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In