• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆମେରିକାରେ ଚାଲିଲା ଟ୍ରମ୍ପ୍ ୨.୦

by Voice of Victims
January 21, 2025
in ମୁଖ୍ୟ ଖବର, ରାଜ୍ୟ
ଆମେରିକାରେ ଚାଲିଲା ଟ୍ରମ୍ପ୍ ୨.୦

ୱାଶିଂଟନ୍:ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍  । ଦ୍ୱିତୀୟ ଥର ପାଇଁ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି  । ସଂସଦ ପରିସରରେ ଶପଥ ଗ୍ରହଣ ସମାରୋହରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଉପରାଷ୍ଟ୍ରପତି ଭାବେ ଜେଡି ଭେନ୍ସ ମଧ୍ୟ ଶପଥ ନେଇଛନ୍ତି  । ଏହା ସହିତ ଆଜିଠୁ ଆମେରିକାରେ ପୁଣି ଟ୍ରମ୍ପ ଶାସନ ଆରମ୍ଭ ହୋଇଯାଇଛି  । ଚିଫ୍ ଜଷ୍ଟିସ୍ ଜନ୍ ରବର୍ଟ୍ସ ଟ୍ରମ୍ପଙ୍କୁ ପଦର ଶପଥ ପାଠ କରାଇଛନ୍ତି  । ଆମେରିକାରେ ସ୍ୱର୍ଣ୍ଣିମ ଯୁଗର ଆରମ୍ଭ ହୋଇଛି ବୋଲି ଟ୍ରମ୍ପ ନିଜ ଶପଥ ପାଠ ସମୟରେ କହିଛନ୍ତି  । ଆମେରିକାକୁ ପୁଣି ଥରେ ମହାନ କରିବା ବୋଲି ଟ୍ରମ୍ପ୍ କହିଛନ୍ତି  । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି । ୨୦ ଜାନୁୟାରୀ ୨୦୨୫ରେ ଆମେରିକାର ସମୟ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ରାତ୍ରି ପ୍ରାୟ ସାଢେ ୧୦ଟା) ସେ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ଭାବରେ ଜେଡି ଭାନ୍ସ ଶପଥ ଗ୍ରହଣ କରିଛନ୍ତି । ସେ ସୁପ୍ରିମକୋର୍ଟର ବିଚାରପତି ବ୍ରେଟ୍ କଭାନାଓଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ କରିବା ପୂର୍ବରୁ ସେ ଏକ ବିଜୟ ସମାବେଶ ଆୟୋଜନ କରି ହଜାର ହଜାର ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟ ମଧ୍ୟରେ ସେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଏବଂ ଆମେରିକା ପାଇଁ ଏକ ଆଇରନ୍ ଡୋମ ସିଷ୍ଟମ ନିର୍ମାଣ ବିଷୟରେ କହିଥିଲେ । ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଟ୍ରମ୍ପ ନିଶ୍ଚିତ କରିଥିଲେ । ସେ କହିଥିଲେ ଯେ, ଇମିଗ୍ରେସନ ଉପରେ କଡା ପ୍ରତିବନ୍ଧକ ଲଗାଇବେ । ଆମେରିକାର ପ୍ରତ୍ୟେକ ସଙ୍କଟକୁ ଐତିହାସିକ ଗତି ଏବଂ ଶକ୍ତି’  ସହିତ ସମାଧାନ କରିବାକୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ, ଆସନ୍ତାକାଲି ସୂର୍ଯ୍ୟାସ୍ତ ପରେ ଆମ ଦେଶ ଉପରେ ଆକ୍ରମଣ ବନ୍ଦ ହୋଇଯିବ । ଟ୍ରମ୍ପ କହିଛନ୍ତି, ଯେ କ୍ୟାପିଟାଲ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧,୫୦୦ରୁ ଅଧିକ ଲୋକଙ୍କୁ ସେ କ୍ଷମା କରିବେ ।  ୬ ଜାନୁଆରୀ ୨୦୨୧ରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ପରେ ତାଙ୍କ ସମର୍ଥକମାନେ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିଥିଲେ । ଟ୍ରମ୍ପ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ମୁଁ ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବି, ମଧ୍ୟ ପୂର୍ବର ସଙ୍କଟକୁ ସମାପ୍ତ କରିବି ଏବଂ ତୃତୀୟ ବିଶ୍ୱଯୁଦ୍ଧକୁ ରୋକିବା ପାଇଁ ମୋର ଯଥାସାଧ୍ୟ ଚେଷ୍ଟା କରିବି ।  ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ, ଆମେ ଏହାର ନିକଟତର ଅଟୁ । ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଦେଶରୁ ବିତାଡିତ କରିବାକୁ ଯୋଜନା କରି ଟ୍ରମ୍ପ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବିତାଡିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Post Views: 50
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In