• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

by Voice of Victims
August 16, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ଆଲୋଚନା ବେଶ ଗଠନମୂଳକ ଥିଲା । ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କିନ୍ତୁ କୌଣସି ପୂର୍ଣ୍ଣ ବୁଝାମଣାରେ ପହଞ୍ଚି ପାରିନାହୁଁ । ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଶାନ୍ତି ଫେରାଇ ଆଣିବା ପାଇଁ ଏକ ଉପଯୁକ୍ତ ସୁଯୋଗ ପାଇଛୁ । କିନ୍ତୁ ଏଯାଏତାହା ହାସଲ କରିପାରିନାହୁଁ ବୋଲି ଟ୍ରମ୍ପ କହିଛନ୍ତି ।

ଏନେଇ ସେ ନାଟୋ ନେତାଙ୍କ ସହ ଫୋନରେ ଆଲୋଚନା କରିବେ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଫୋନରେ ବୈଠକ ବିଷୟରେ ଜଣାଇବେ ବୋଲି ସେ କହିଛନ୍ତି। ସେହିପରି ଆଲୋଚନା ପରେ ପୁଟିନ କହିଛନ୍ତି, ଯୁଦ୍ଧର ଅବସାନ ହେଉ ବୋଲି ରୁଷିଆ ଚାହେଁ । ୟୁକ୍ରେନ ଜନସାଧାରଣ ଆମର ଭାଇଭଳି ।  ୟୁକ୍ରେନରେ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ ।  ଆମେ ଏହା ଉପରେ କାମ କରିବାକୁ ପ୍ରସ୍ତୁତ। ସଙ୍କଟର ସମସ୍ତ ମୂଳ କାରଣକୁ ନିଶ୍ଚିତ ଭାବେ ଦୂର କରାଯିବା ଉଚିତ୍ । ଯଦି ୨୦୨୨ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ରୁଷ-ଯୁକ୍ରେନ ଯୁଦ୍ଧ ହୋଇନଥାନ୍ତା ବୋଲି ପୁଟିନ କହିଛନ୍ତି ।  ପରବର୍ତ୍ତୀ ବୈଠକ ମସ୍କୋରେ କରିବାକୁ ପ୍ରସ୍ତାବ ଦେଇଥିଲେ ପୁଟିନ। କିନ୍ତୁ ଟ୍ରମ୍ପ କହିଛନ୍ତି ଆମେ ଦେଖିବୁ । ଖୁବ ଶୀଘ୍ର କଥା ହୋଇପାରୁ ଏବଂ ସମ୍ଭବତଃ ଶୀଘ୍ର ଭେଟିପାରୁ ।

Post Views: 55
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In