• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ଟ୍ରମ୍ପ, ଭାରତ ସହ ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ

by Voice of Victims
September 10, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଚୀନ୍, କାନାଡାକୁ ବଡ ଝଟକା ଦେଲା ଆମେରିକା, କିନ୍ତୁ ଭାରତ ସହ ବନ୍ଧୁତା ବଜାୟ ରଖିଲେ ଟ୍ରମ୍ପ

ନୂଆଦିଲ୍ଲୀ: ନରମିଲେ ଟ୍ରମ୍ପ । ଭାରତ ସହ ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ଟ୍ରମ୍ପ । ଆମେରିକା-ଭାରତ ବାଣିଜ୍ୟିକ ବୁଝାମଣା ଜାରି ରହିବ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ପାଇଁ ଟ୍ରମ୍ପ ପ୍ରଶାସନ କାର୍ଯ୍ୟ କରିବ ।

ଏଥିସହ ଆଗାମୀ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏନେଇ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରିଛନ୍ତି । ମୋଦିଙ୍କୁ ପୁଣି ନିଜର ଜଣେ ଉତ୍ତମ ବନ୍ଧୁ ବୋଲି ଦୋହରାଛନ୍ତି । ଭାରତ-ଆମେରିକା ମଧ୍ୟରେ ସଫଳ ବାଣିଜ୍ୟିକ ବୁଝାମଣା ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।

ରୁଷିଆ ଠାରୁ ଭାରତ ତୈଳ କିଣୁଥିବାରୁ ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇଛି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ଆଗ୍ରହୀ । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସୋସିଆଲ ମିଡିଆ ଟ୍ରୁଥରେ ପୋଷ୍ଟ ପରେ ଏହାର ଉତ୍ତର ରଖି ମୋଦି ଏକ୍ସରେ ଏନେଇ ଏକ ପୋଷ୍ଟ କରିଛନ୍ତି । ଭାରତ ଓ ଆମେରିକା ପରସ୍ପର ପରପସ୍ପର ଘନିଷ୍ଠ ମିତ୍ର । ଦୁଇ ଦେଶ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସ୍ବାଭାବିକ ସହଭାଗୀତା ରହିଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ବୁଝାମଣା ନେଇ କଥାବାର୍ତ୍ତା ଜାରି ରହିଛି ।

ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ମୋଦି ମଧ୍ୟ ଆଗ୍ରହୀ ବୋଲି ଉଲ୍ଲେଖ କରିଛନ୍ତି । ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଉଭୟ ଦେଶ କାମ କରିବେ ବୋଲି ସେ କହିଛନ୍ତି । ଉଭୟ ଟ୍ରମ୍ପ ଓ ମୋଦି ସ୍ଵର ନରମ କରିଥିବାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଆଲୋଚନା ଆଗକୁ ବଢ଼ିବ । ଯଦି ଆଗାମୀ ଆଲୋଚନା ସଫଳ ହୁଏ, ତେବେ ଟାରିଫଗୁଡ଼ିକର ପ୍ରଭାବ ହ୍ରାସ ପାଇବ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ ହୋଇପାରେ ବୋଲି କୁହାଯାଉଛି ।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In