ନୂଆଦିଲ୍ଲୀ: ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ! । ଇରାନ ସୁଧୁରିଯାଉ, ନହେଲେ ବଡ଼ ଆକ୍ରମଣ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ଯେଉଁ କାର୍ଯ୍ୟ କରୁଛୁ, ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଇରାନ ଆମ ସହ ସାମିଲ ହେବାର ଏହାହିଁ ପ୍ରକୃତ ସମୟ । ସେମାନେ ସମଗ୍ର ଅଞ୍ଚଳର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ଜାରି ରଖିପାରିବେ ନାହିଁ । ସେମାନଙ୍କୁ ଏକ ବୁଝାମଣା କରିବାକୁ ପଡ଼ିବ ।
ନଚେତ୍ ସେମାନଙ୍କ ପାଇଁ ପରିଣାମ ବହୁତ ଖରାପ ହେବ । ପରମାଣୁ ଚୁକ୍ତି ନେଇ ଆମେରିକା ଓ ଇରାନ ମଧ୍ୟରେ କଥାବର୍ତ୍ତା ଚାଲିଛି । ବିଫଳ ହେଲେ ଆମେରିକା ଆକ୍ରମଣ କରିବ ବୋଲି ଟ୍ରମ୍ପ ଧମକ ଦେଇ ଆସୁଛନ୍ତି । ଆଜି ଶେଷ ଚେତାବନୀ ଶୁଣାଇଛନ୍ତି । ଇରାନ ଆକ୍ରମଣ ପାଇଁ ସମର ସଜ୍ଜା କର ପ୍ରସ୍ତୁତ ରହିଛି ଆମେରିକା ।
