• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ୟୁକ୍ରେନ-ରୁଷ ଯୁଦ୍ଧ: ୪୦ ଉତ୍ତର କୋରିଆ ସୈନିକ ନିହତ

by Voice of Victims
November 2, 2024
in ରାଜ୍ୟ
ୟୁକ୍ରେନ-ରୁଷ ଯୁଦ୍ଧ: ୪୦ ଉତ୍ତର କୋରିଆ ସୈନିକ ନିହତ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦି ସନ୍ ଟିଭି ଅନୁଯାୟୀ, ୟୁକ୍ରେନ ସେନା ଦ୍ୱାରା ରୁଷରେ ଅବସ୍ଥାପିତ ୪୦ ଜଣ ଉତ୍ତର କୋରିଆ ସୈନିକ ନିହତ ହୋଇଛନ୍ତି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ ରୁଷ ସୈନ୍ୟ ସହିତ ନିୟୋଜିତ ହୋଇଥିଲେ। ସଂଘର୍ଷ ବେଳେ ଆହତ ହୋଇଥିବା ଉତ୍ତର କୋରିଆର ଜଣେ ସୈନିକ କହିଛନ୍ତି ଯେ, କିପରି ୟୁକ୍ରେନ ସୈନ୍ୟ ତାଙ୍କ ବ୍ରିଗେଡର ୪୦ ସୈନିକଙ୍କୁ ହତ୍ୟା କଲେ। ସେ କହିଛନ୍ତି ଯେ, ଠୋସ୍ ସୂଚନା ଏବଂ ଅସ୍ତ୍ରଶସ୍ତ୍ର ବିନା ଉତ୍ତର କୋରିଆ ସୈନିକମାନଙ୍କୁ ୟୁକ୍ରେନ ସେନା ସହିତ ଯୁଦ୍ଧ କରିବାକୁ ପଠାଯାଇଛି। ଯେବେଠାରୁ ରୁଷ ମାଟିରେ ଉତ୍ତର କୋରିଆ ସୈନ୍ୟ ମୁତୟନ ହେବା ନିଶ୍ଚିତ ହୋଇଛି। ସେବେଠାରୁ ୟୁକ୍ରେନର କେତେକ ବରିଷ୍ଠ କମାଣ୍ଡର ଉତ୍ତର କୋରିଆ ସୈନ୍ୟବାହିନୀର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ୟୁକ୍ରେନୀୟମାନେ ସେମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦି ସନ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ପ୍ରାୟ ୧୮ ଜଣ ଉତ୍ତର କୋରିଆ ସୈନିକ ସେମାନଙ୍କ ନିର୍ଦ୍ଧାରିତ ନିୟୋଜନ ପୂର୍ବରୁ ପଳାଇ ଯାଇଥିଲେ। ଏହା ପରେ ପ୍ରାୟ ୪୦ କିଲୋମିଟର ଦୂରରେ, ଉତ୍ତର କୋରିଆର ସମସ୍ତ ୧୮ ସୈନିକ ରୁଷର ସେନା ଦ୍ୱାରା ବନ୍ଧକ ହୋଇଥିଲେ ଏବଂ ସେମାନଙ୍କୁ କିଛି ଦିନ ପାଇଁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିନା କୁର୍ସ୍କ ଜଙ୍ଗଲରେ ଛାଡି ଦିଆଯାଇଥିଲା। ଉତ୍ତର କୋରିଆ ସୈନିକମାନଙ୍କୁ ୟୁକ୍ରେନ ସେନା ଚେତାବନୀ ଦେଇଛି। ୟୁକ୍ରେନ ସେନା ଉତ୍ତର କୋରିଆ ସୈନିକମାନଙ୍କୁ ଯୁଦ୍ଧରେ ପ୍ରାଣ ହରାଇବା ପରିବର୍ତ୍ତେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏଥି ସହିତ ୟୁକ୍ରେନ ସେନା ଉତ୍ତର କୋରିଆ ସୈନିକମାନଙ୍କ ପାଇଁ ନିର୍ମିତ ଶିବିରର ଏକ ଭିଡିଓ ଜାରି କରିଛି ଯେଉଁଥିରେ ସୈନିକମାନେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଆମେ ଅନୁମାନ କରୁଛୁ ରୁଷରେ ୧୦ ହଜାର କୋରିଆ ସୈନିକ ଉପସ୍ଥିତ ଅଛନ୍ତି, ଯେଉଁଥିରୁ ୮ ହଜାର ସୈନିକ କୁର୍ସ୍କ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ତେବେ ଏହି ସୈନିକମାନେ ୟୁକ୍ରେନ ସୈନ୍ୟ ବିରୁଦ୍ଧରେ ଲଢୁଥିବା ଦେଖିବାକୁ ମିଳିନାହିଁ। ଆଗାମୀ ଦିନରେ ଏହା ଆଶା କରାଯାଇପାରେ। ଦ ସନକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, “ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶର ପ୍ରତିକ୍ରିୟା ଉପରେ ନଜର ରଖିଛନ୍ତି। ପୁଟିନ ନାଟୋ ଦେଶ ଏବଂ ଦକ୍ଷିଣ କୋରିଆର ପ୍ରତିକ୍ରିୟା ଉପରେ ମଧ୍ୟ ନଜର ରଖିଛନ୍ତି ଏବଂ ମୁଁ ନିଶ୍ଚିତ ଯେ, ଏହି ପ୍ରତିକ୍ରିୟା ପରେ ପୁଟିନ ତାଙ୍କର ସେନା ବିସ୍ତାର କରିବେ।”

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In