• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

by Voice of Victims
August 14, 2024
in ଦେଶ ବିଦେଶ, ମୁଖ୍ୟ ଖବର
ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଦେଶଭକ୍ତି ଏବଂ ସଂକଳ୍ପର ପରିଭାଷା ପାଲଟିଛି। ଏହି ଅଭିଯାନ କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସଂଚାର କରୁଛି ବୋଲି ସେ କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତାର ୭୮ ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ଏବଂ ଏହି ଅବସରରେ ଗୁଜରାଟରେ ଗୋଟିଏ ବି ଘର କିମ୍ବା କାର୍ଯ୍ୟାଳୟ ବିନା ତ୍ରିରଙ୍ଗାରେ  ରହିବା ଉଚିତ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସମଗ୍ର ଗୁଜରାଟକୁ ତ୍ରିରଙ୍ଗାରେ ସଜ୍ଜିତ କରିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି ଏବଂ ଏହା ମାଧ୍ୟମରେ ଗୁଜରାଟ ପ୍ରତ୍ୟକ ବ୍ୟକ୍ତି ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶ ଭକ୍ତିର ଭାବନା ଜାଗ୍ରତ ହୋଇଥାଏ। ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପଛରେ ତିନୋଟି ଲକ୍ଷ୍ୟ ଥିଲା। ଦେଶର ପ୍ରତ୍ୟେକ ଶିଶୁ, ଯୁବକ ଓ ନାଗରିକଙ୍କୁ ସ୍ୱାଧୀନତା ସଂଗ୍ରାମର ସମଗ୍ର ଇତିହାସ ବିଷୟରେ ମନେ ପକାଇବା ପ୍ରଥମ ଲକ୍ଷ୍ୟ ଥିଲା। ଦ୍ୱିତୀୟ ଲକ୍ଷ୍ୟ ଥିଲା ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ସଫଳତା ବିଷୟରେ ସମସ୍ତ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କୁ ଅବଗତ କରାଇବା। ତୃତୀୟ ଉଦ୍ଦେଶ୍ୟ ଥିଲା ଦେଶର ୧୪୦ କୋଟି ନାଗରିକଙ୍କୁ ଭାରତର ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ‘ଅମୃତ କାଳ’ ର ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଦିଗରେ କାର୍ଯ୍ୟ କରି ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ବିଜୟୀ କରିବା ପାଇଁ ସଂକଳ୍ପ ନେବା। କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଜାଦୀର ଅମୃତ ମହୋତ୍ସବ ଅଭିଯାନ ପରେ ‘ଅମୃତ କାଳ’ ରେ ଦେଶକୁ ପ୍ରଥମ କରିବାର ସଂକଳ୍ପକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ‘ହର ଘର ତ୍ରିରଙ୍ଗା ଯାତ୍ରା’ ର ଆୟୋଜନ କରାଯାଉଛି। ଆଜି ଏହି ଅବସରରେ ଆମେ ଦେଶର ସ୍ୱାଧୀନତା ପାଇଁ ସବୁକିଛି ବଳିଦାନ ଦେଇଥିବା ଅଗଣିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏମିତି ଅନେକ କିଛି ହାସଲ କରିଛି ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଆମର ତ୍ରିରଙ୍ଗା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ବୋଲି ସେ କହିଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ଭାରତ ଅନେକ ଦଶନ୍ଧି ଧରି ଆତଙ୍କବାଦ ଏବଂ ନକ୍ସଲବାଦରେ ପୀଡ଼ିତ ଥିଲା, କିନ୍ତୁ ମୋଦୀ ଜୀ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରି ଦେଶର ଶତ୍ରୁମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ଏହା ସହ ମୋଦି ଜୀ ଟେକ୍ନୋଲୋଜି ବ୍ୟବହାର କରି ଟିକାର ଉଭୟ ଡୋଜ୍ ମାଗଣାରେ ଦେଇ ୧୩୦ କୋଟି ଦେଶବାସୀଙ୍କୁ କୋଭିଡ – ୧୯ରୁ ରକ୍ଷା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଅନୁଯାୟୀ, ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବାର ସଂକଳ୍ପ ହାସଲ କରିବା ନିମନ୍ତେ  ଦେଶର ଯୁବପିଢ଼ି ବିଶେଷ ଭାବରେ ଆଗେଇ ଆସିବା ଆବଶ୍ୟକ। ସେ କହିଛନ୍ତି ଯେ ଆଜି ସମସ୍ତଙ୍କ ହାତରେ ତ୍ରିରଙ୍ଗା ଦେଖି ଲାଗୁଛି ଯେ ସମଗ୍ର ଗୁଜରାଟ ଏହି ସଂକଳ୍ପ ସହିତ ଜଡିତ ଏବଂ ଦେଶପ୍ରେମର ଭାବନାରେ ପରିପୂର୍ଣ୍ଣ। ଶ୍ରୀ ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ନିଜ ଘର, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ତ୍ରିରଙ୍ଗା ଉତ୍ତୋଳନ କରି ଏହା ସହିତ ସେଲ୍ଫି ଉଠାଇ ଏହି ଅଭିଯାନରେ ସାମିଲ ହେବା ଉଚିତ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In