• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

by Voice of Victims
December 30, 2023
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି “ଆମ ସଂକଳ୍ପ ବିକଶିତ ଭାରତ” ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି। କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ ଏବଂ ଯୋଜନା ଓ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ଭାରତର ଜନସାଧାରଣଙ୍କ ଜୀବନରେ ଆସିଥିବା ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଦର୍ଶାଯାଇଛି। ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ସରକାରଙ୍କ ଅନେକ ଉପଲବ୍ଧି, ଯାହା ସହ ଜଡ଼ିତ କ୍ୟାଲେଣ୍ଡରର ଚିତ୍ର ଓ ପୃଷ୍ଠାଗୁଡ଼ିକୁ ମନେ ପକାଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ହେବା ଦିଗରେ ଭାରତ ବହୁତ ଅଗ୍ରଗତି କରିଛି। ମୋବାଇଲ  ଫୋନ୍ ର ଦ୍ବିତୀୟ ବୃହତ୍ତମ ଆମଦାନୀକାରୀ ଦେଶ ଆଜି ଦ୍ବିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ। ଯେଉଁ ଦେଶ ଟିକା ଆମଦାନୀ କରୁଥିଲା ସେହି ଦେଶ ଏବେ ଟିକା ମୈତ୍ରୀ ଅଧୀନରେ ସମଗ୍ର ବିଶ୍ୱକୁ ଟିକା ବଣ୍ଟନ କରୁଛି। ଭାରତ ଏବେ ଏକ ଉତ୍ପାଦନକାରୀ ଦେଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନରେ ଭାରତୀୟ ଉପସ୍ଥିତି ନଥିଲା, ସେଠାରେ ମଧ୍ୟ ଭାରତ ଏବେ ଏକ ଶକ୍ତି ଏବଂ ଏହାର ଉଦାହରଣ ଦେଇ ସେ କହିଥିଲେ ଯେ ଭାରତ ଆଜି ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍। ଶ୍ରୀ ଠାକୁର କହିଥିଲେ ଯେ ସରକାର ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଏହାର ଉଦାହରଣ ଗୋଟିଏ ପଟେ ଉଜ୍ଜ୍ୱଳା ଯୋଜନା ଏବଂ ଅନ୍ୟପଟେ ଡ୍ରୋନ୍ ଦିଦି। କୃଷକ କଲ୍ୟାଣ ପ୍ରସଙ୍ଗରେ ଶ୍ରୀ ଠାକୁର କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିଛନ୍ତି। ଏହାବ୍ୟତୀତ କୃଷକଙ୍କ ସମୃଦ୍ଧି ପାଇଁ ସରକାର ଏପର୍ଯ୍ୟନ୍ତ ୨.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଉଦ୍ଦେଶ୍ୟ ଏବଂ ଏହି ନୀତି ହିଁ ଭାରତକୁ ଏକଦା ଦୁର୍ବଳ ପାଞ୍ଚଟି ଅର୍ଥନୀତି ମଧ୍ୟରୁ ଗୋଟିଏରୁ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଞ୍ଚାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ମୂଲ୍ୟବୋଧର ଭାବନା ଶୀର୍ଷରୁ ପ୍ରବାହିତ ହେଉଛି ବୋଲି ସେ କହିଛନ୍ତି। ଆଶାବାଦୀ ଭାବରେ ନିଜର ଅଭିଭାଷଣ ଶେଷ କରି ଶ୍ରୀ ଠାକୁର କହିଥିଲେ ଯେ ୨୦୨୩ ଶେଷ ହେବା ସହିତ ୨୦୨୪ ଏକ ନୂଆ ସୁଯୋଗ ଆଣିଛି। ସାରା ବିଶ୍ୱ ଆଶାର ସହ ଭାରତ ଆଡକୁ ଚାହିଁ ରହିଛି, ନେତୃତ୍ୱ ପାଇଁ ବିଶ୍ୱ ଭାରତ ଉପରେ ନଜର ରଖିଛି। ଏହି ଅବସରରେ ମନ୍ତ୍ରୀ ‘ଆମ ସଂକଳ୍ପ ବିକଶିତ ଭାରତ’ ଶୀର୍ଷକ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

Post Views: 42
Share197Tweet123Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In