• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇଣ୍ଡିଆ ଏଆଇ ମିଶନର ସାତଟି ଖମ୍ବ ଉପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱାରୋପ

by Voice of Victims
December 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଇଣ୍ଡିଆ ଏଆଇ ମିଶନର ସାତଟି ଖମ୍ବ ଉପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ଲୋକସଭାରେ ଏଆଇ ପ୍ରଶାସନ ଓ ବିକାଶ ସମ୍ପର୍କରେ ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଆଇ ପ୍ରଯୁକ୍ତି ବିଦ୍ୟାର ସାର୍ବଜନୀକରଣ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସାତଟି ଖମ୍ବ ଉପରେ ପର୍ଯ୍ୟବସିତ ଇଣ୍ଡିଆ ଏଆଇ ମିଶନର ରୂପାନ୍ତରିତ ପ୍ରଭାବ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୮.୬ ଲକ୍ଷ ପ୍ରାର୍ଥୀ ଫ୍ୟୁଚର ସ୍କିଲସ ପ୍ଲାଟର୍ଫମ ଲାଗି ନିଜ ନାଁ ଲେଖେଇଛନ୍ତି। ଟାଏର ୨ ଓ ଟାଏର ୩ ସହରକୁ ମଜଭୂତ କରିବା ଲକ୍ଷ୍ୟରେ ଏହି ଯାନ୍ତ୍ରିକ ପ୍ରଯୁକ୍ତି ବିଦ୍ୟାକୁ ବିକେନ୍ଦ୍ରୀକରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗୋରଖପୁର, ଲକ୍ଷନୌ, ସିମଲା, ଔରଙ୍ଗାବାଦ, ପାଟନା, ବକ୍ସର, ମୁଜାଫରପୁର ପରି ସହରରେ ଏଆଇ ଡାଟା ଲାବ ପ୍ରତିଷ୍ଠା କରାଯାଇଥିବା ସେ କହିଛନ୍ତି। ସାରା ଦେଶରେ ଷ୍ଟାର୍ଟ ଅପ, ଏଆଇ ଲାବ, ୫ ଜି ଲାବ, ସେମି କଣ୍ଡକ୍ଟର ତାଲିମ ବ୍ୟବସ୍ଥା ପରି ବିଭିନ୍ନ କ୍ଷେତ୍ରରେ ସରକାରଙ୍କର ପ୍ରତିବଦ୍ଧତା ରହିଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଲଜିଷ୍ଟିକ୍ସ ଓ ଅର୍ଥ ପରି ବିଭିନ୍ନ କ୍ଷେତ୍ରରେ ଏଆଇର ବିକାଶ ଦିଗରେ ସରକାର କାମ କରୁଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ କ୍ଷେତ୍ରରେ ଏଆଇର ସିଧାସଳଖ ପ୍ରଭାବ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In