• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସ୍ୱାସ୍ଥ୍ୟ, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଉତ୍କର୍ଷ କେନ୍ଦ୍ର ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

by Voice of Victims
October 15, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ସ୍ୱାସ୍ଥ୍ୟ, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଉତ୍କର୍ଷ କେନ୍ଦ୍ର ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଏବଂ ଏମ୍ସ ଦିଲ୍ଲୀ ନେବ। କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ରୋପାର ନେବ ଏବଂ ଆଇଆଇଟି କାନପୁର ସ୍ଥାୟୀ ସହର(ସଷ୍ଟେନେବଲ ସିଟି) କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରକୁ ପରିଚାଳିତ କରିବ। ବିଶ୍ୱ ଏଆଇ ଦୃଶ୍ୟପଟ୍ଟରେ ଭାରତର ପରିଚୟକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଉତ୍କର୍ଷ କେନ୍ଦ୍ର ଗୁଡିକ ବିଶ୍ୱର ସାର୍ବଜନୀନ ନୀତିର ଏକ ପ୍ରମୁଖ ଉପାଦାନ ହେବ ଏବଂ ବିଶ୍ୱର ସମାଧାନ ପ୍ରଦାନକାରୀ ରାଷ୍ଟ୍ର ଭାବରେ ଉଭା ହେବ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବା ସହ ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ସମସ୍ୟାର ସମାଧାନ ବାହାର କରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା। ଏଆଇର ୩ଟି ଉତ୍କର୍ଷ କେନ୍ଦ୍ର ‘ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର’ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ସହ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ ଏବଂ ସହରାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ପାଇଁ ଏଆଇ ଉଦ୍ଭାବନ ଏବଂ ଗବେଷଣାକୁ ଗଣତାନ୍ତ୍ରିକ କରିବ। ଆମର ଅଗ୍ରଣୀ ଶିକ୍ଷାନୁଷ୍ଠାନର ନେତୃତ୍ୱରେ ଏହି ଉତ୍କର୍ଷ କେନ୍ଦ୍ର ଗୁଡ଼ିକ ଭାରତର ଏଆଇ ସାମର୍ଥ୍ୟକୁ ସୁଦୃଢ଼ କରିବ ଏବଂ ଭାରତର ଏଆଇ ଇକୋସିଷ୍ଟମର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିବ । ୨୦୨୩-୨୪ କେନ୍ଦ୍ର ବଜେଟରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର‌୍ୟ୍ୟ କରିବା” ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ର ଗୁଡ଼ିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ତିଆରି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପଦକ୍ଷେପର କାର‌୍ୟ୍ୟକାରିତା ତଥା ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇଛି। ଶୀର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଆଇ ଉତ୍କର୍ଷ କେନ୍ଦ୍ରକୁ କାର‌୍ୟ୍ୟକାରୀ କରିବା ଦିଗରେ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ କମିଟିକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।ଏଥିସହିତ ଭାରତକୁ ଏଆଇର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଏଆଇରେ ଏହି ୩ଟି ଉତ୍କର୍ଷ କେନ୍ଦ୍ର ଆମ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଅଧିକ ପ୍ରୋତ୍ସାହନ ଦେବ। ଏକ ଆଧୁନିକ ଯୁଗର ନିଯୁକ୍ତି ଏବଂ ଓ୍ୱେଲଥ୍ କ୍ରିଏସନ ସୃଷ୍ଟି କରିବା ଦିଗରେ ସହାୟକ ହେବ ଏବଂ ବିଶ୍ୱ ଜନହିତକର ନୂତନ ମାନଦଣ୍ଡ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଏହି କାର‌୍ୟ୍ୟକ୍ରମରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସଚିବ, ସର୍ବୋଚ୍ଚ କମିଟିର କୋ-ଚେୟାର, ଡ. ଶ୍ରୀଧର ଭେମ୍ବୁ, ନ୍ୟାସନାଲ ଏଜ୍ୟୁକେସନାଲ ଟେକ୍ନୋଲୋଜି ଫୋରମର ଚେୟାରମ୍ୟାନ, ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ, ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Post Views: 39
Tags: Union Minister Dharmendra Pradhan announced three centers of excellence on health
Share198Tweet124Send
Voice of Victims

Voice of Victims

Recent Posts

  • ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ୨ ପାଇଲଟଙ୍କ ମୃତ୍ୟୁ
  • ବାଟବଣା କଲା ଅନଲାଇନ ମ୍ୟାପ: ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର
  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
  • CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଅମିତ ଶାହ, କହିଲେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଲକ୍ଷ୍ୟ
  • କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In