• About Us
  • Contact Us
Monday, March 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘ଏକତା ଦୌଡ଼’କୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ

by Voice of Victims
October 29, 2024
in ଦେଶ ବିଦେଶ, ମୁଖ୍ୟ ଖବର
‘ଏକତା ଦୌଡ଼’କୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ଏକତା ଦୌଡ଼’କୁ ସବୁଜ ବତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାଷିକୀ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସର ଅଂଶ ଭାବେ ‘ଏକତା ଦୌଡ଼’ ଆୟୋଜନ କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଡ. ମନସୁଖ୍ ମାଣ୍ଡଭିୟ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଉଦବୋଧନରେ କହିଥିଲେ, ଦେଶବାସୀଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ଉଦବୁଦ୍ଧ କରିବା ଲକ୍ଷ୍ୟରେ ମହାନ୍ ନେତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ୨୦୧୫ ମସିହାରେ ‘ଏକତା ଦୌଡ଼’ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ। ସେହିଦିନରୁ ଆଜି ପର୍ଯ୍ୟନ୍ତ ସମଗ୍ର ଦେଶ ଏକତା ଦୌଡ଼ରୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ନେବା ସହ ନିଜକୁ ଭାରତ ମାତାର ସେବାରେ ସମର୍ପିତ ମଧ୍ୟ କରୁଛନ୍ତି। ଆଜି ‘ଏକତା ଦୌଡ଼’ ଦେଶର ଏକତା ପାଇଁ ସଂକଳ୍ପ ହେବା ସହ ବିକଶିତ ଭାରତର ସଂକଳ୍ପ ମଧ୍ୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସମ୍ମୁଖରେ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣର ସଂକଳ୍ପ ରଖିଛନ୍ତି, ଯାହାକି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତକୁ ସର୍ବପ୍ରଥମ ସାବ୍ୟସ୍ତ କରିବ। ଅମିତ ଶାହ କହିଥିଲେ, ଆଜି ଭାରତ ଏକ ବିକଶିତ ଏବଂ ମଜବୁତ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱ ସମ୍ମୁଖରେ ଛିଡ଼ା ହୋଇଛି। ଯଦି ଆମେ ଇତିହାସକୁ ଫେରି ଅନାଇବା, ସ୍ୱାଧୀନତା ପରେ ବର୍ତ୍ତମାନର ଭାରତ ନିର୍ମାଣ ପାଇଁ ୫୫୦ରୁ ଅଧିକ ରାଜା ଶାସିତ ଅଞ୍ଚଳକୁ ଏକାଠି କରିବା କେବଳ ସର୍ଦ୍ଦାର ସାହେବଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ତ୍ୱରିତ ନିର୍ଣ୍ଣୟ ଯୋଗୁ ସମ୍ଭବ ହୋଇ ପାରିଥିଲା। କେବଳ ସର୍ଦ୍ଦାର ପଟେଲଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଭାରତ ଏକଜୁଟ ହୋଇ ବିଶ୍ୱ ସମ୍ମୁଖରେ ମଜୁବତ୍ ସହକାରେ ଛିଡ଼ା ହୋଇପାରିଛି। ଆଜି ଭାରତ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହୋଇ ଛିଡ଼ା ହେବା ରାସ୍ତାରେ ଅଛି ଏବଂ ଏହାର ମୂଳଭିତ୍ତି ସର୍ଦ୍ଦାର ପଟେଲ ହିଁ ପକାଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରୀତା ମନ୍ତ୍ରୀ କହିଥିଲେ, ଦୁର୍ଭାଗ୍ୟର କଥା ଯେ, ବର୍ଷ ବର୍ଷ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲଙ୍କୁ ସ୍ମୃତିକୁ ହଜାଇ ଦେବା କାମ କରାଯାଇଥିଲା ଏବଂ ତାଙ୍କୁ ଭାରତ ରତ୍ନ ଭଳି ଉଚିତ ସମ୍ମାନରୁ ମଧ୍ୟ ବଞ୍ଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର କେୱଡ଼ିଆରେ ବିଶ୍ୱର ସର୍ବୋଚ୍ଚ ପ୍ରତିମା ସ୍ଥାପନ କରି ସର୍ଦ୍ଦାର ପଟେଲଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର କାମ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ, ଚିନ୍ତାଧାରା ଓ ବାର୍ତ୍ତାକୁ ବାସ୍ତବ ରୂପ ଦେବାର କାମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଅମିତ ଶାହ କହିଥିଲେ, ସର୍ଦ୍ଦାର ପଟେଲଙ୍କ ମହାନ ଚିନ୍ତାଧାରା ନିଶ୍ଚିତ ଭାବେ ଦେଶର ଯୁବପିଢ଼ିଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ। ‘ଏକତା ଦୌଡ଼’ ମାଧ୍ୟମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତର ଏକତାକୁ ମଜବୁତ କରିବା ସହ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।

Post Views: 41
Share199Tweet124Send
Voice of Victims

Voice of Victims

Recent Posts

  • ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା, ତୀବ୍ରତା ୪.୨
  • ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
  • ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ, ରଖିଲେ ଏଭଳି ପ୍ରତିକ୍ରିୟା
  • ରାତି ଅଧରେ ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା, ଘଟଣାର ତଦନ୍ତ କରୁଛି ପୋଲିସ
  • ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In