ନୂଆଦିଲ୍ଲୀ: ପୁଣି ଭାରତ- ପାକ୍ ଯୁଦ୍ଧ ବନ୍ଦ ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଯୁଦ୍ଧ ବନ୍ଦ କରିଥିବା ଦାବି ଦୋହରାଇବା ସହ କହିଛନ୍ତି ଟାରିଫର ଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ଟ୍ରମ୍ପ । ଯଦି ମୋ ପାଖରେ ଟାରିଫର ଶକ୍ତି ନଥାନ୍ତା ତେବେ ୭ଟି ଯୁଦ୍ଧରୁ ୪ଟି ଏବେବି ଚାଲୁଥାନ୍ତା ବୋଲି କହିଛନ୍ତି ଟ୍ରମ୍ପ ।

ଭାରତ- ପାକ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ, ୭ଟି ବିମାନ ଧ୍ବଂସ ହୋଇଥିଲା । ଠିକ୍ ସମୟରେ ମୋ ହସ୍ତକ୍ଷେପ ଦ୍ବାରା ଏହି ଯୁଦ୍ଧ ରୋକାଯାଇ ପାରିଛି ବୋଲି କହିଛନ୍ତି ଟ୍ରମ୍ପ । ସେତେବେଳେ ଯଦିଓ କଣ କହିଥିଲି ମୋର ମନେ ନାହିଁ ମାତ୍ର ତାହା ଖୁବ୍ ପ୍ରଭାବଶାଳୀ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ମଧ୍ୟ ଟ୍ରମ୍ପ ଭାରତ-ପାକ୍ ଯୁଦ୍ଧ ବନ୍ଦର ଶ୍ରେୟ ନେବାକୁ ବହୁବାର ଚେଷ୍ଟା କରିଛନ୍ତି । ଏପଟେ ଟ୍ରମ୍ପଙ୍କ ଦାବିକୁ ଭିତ୍ତିହୀନ ବୋଲି ଆରମ୍ଭରୁ କହି ଆସିଛି ଭାରତ ।

