• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା, ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ

by Voice of Victims
October 30, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା, ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ ରହିଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମର ଜବାବରେ “ଯୁଦ୍ଧ ବିଭାଗ” କୁ ପୁଣି ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ କୋରିଆରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସମ୍ମିଳନୀ ପୂର୍ବରୁ ଟ୍ରମ୍ପଙ୍କ ଏଭଳି ବିସ୍ମୟକର ବୟାନ ଆସିଛି। ଆମେରିକା ତୁରନ୍ତ ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କହିଛନ୍ତି ଅନ୍ୟ ଦେଶ ତୁଳନାରେ ଆମେରିକା ପାଖରେ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ରୁଷିଆ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛି ଚୀନ । ୧୯୯୨ ମସିହା ସେପ୍ଟେମ୍ବର ୨୩ ପରେ ଅର୍ଥାତ ୩୩ ବର୍ଷ ପରେ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ଟ୍ରମ୍ପ ନିର୍ଦ୍ଧେଶ ଦେଇଛନ୍ତି ।

ଗତକାଲି ଅଣ୍ଡର ୱାଟର ଆଣବିକ ଡ୍ରୋନର ସଫଳ ପରୀକ୍ଷଣ କରି ଶକ୍ତି ପ୍ରଦର୍ଶନ କରିଥିଲା ଋଷ। ପରମାଣୁ ଶକ୍ତି ଚାଳିତ ଅଣ୍ଡରୱାଟର ଡ୍ରୋନ ପୋସାଇଡନର ପରୀକ୍ଷଣ ସଫଳ ହୋଇଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ପୋସାଇଡନ ୨ ମେଗାଟନ୍ ନ୍ୟୁକ୍ଲିୟର ୱାରହେଡ ବହନ କରିପାରିବ। ଏହା ସମୁଦ୍ରରେ ରେଡିଓ ଆକ୍ଟିଭ ସୁନାମୀ ଆଣିବା ସହ ଉପକୂଳ ଅଞ୍ଚଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ବାସଯୋଗ୍ୟ ହୋଇପାରିବ ନାହିଁ। ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଗତି କରିବାର କ୍ଷମତା ଥିବା ପୋସାଇଡନକୁ K-329 Belgorod ଭଳି ସ୍ୱତନ୍ତ୍ର ବୁଡ଼ାଜାହାଜରେ ନିୟୋଜିତ କରାଯିବ। ପ୍ରତିଦ୍ୱନ୍ଦ୍ୱୀଙ୍କ ପରୀକ୍ଷଣ ଯୋଗୁଁ ଆମେରିକାର ସୁରକ୍ଷା କ୍ଷମତା ହ୍ରାସ ପାଉଥିବା ଟ୍ରମ୍ପ କହିଛନ୍ତି ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In