ବଲାଙ୍ଗିର: ଜେରା ହେବେ କି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର !? ହ୍ୟୁମାନଙ୍କ ମୃତ୍ୟୁ ବିବାଦ ବଢୁଥିବା ବେଳେ ଥନାରେ ପହଞ୍ଚିଛି ମାମଲା । ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ଅଡୁଆ ବଢ଼ିଛି । କାହିଁକି ଅସୁସ୍ଥତା ଥିବା ପରେ ବି ବିଭିନ୍ନ ଷ୍ଟେଜ ସୋକୁ ହ୍ୟୁମାନଙ୍କୁ ନିଆଯାଉଥିଲା । ହ୍ୟୁମାନଙ୍କ ମାଆଙ୍କୁ ଦିନେଶ ଓ ପ୍ରଶାନ୍ତ ଗାଳିଗୁଲଜ କରୁଛନ୍ତି । ଏନେଇ କୋଶଳବାଦୀ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି ।
ଯଦି ସଠିକ ତଦନ୍ତ ନହୁଏ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ୧୭ ତାରିଖ ରାତିରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ପାଇଁ ତାଙ୍କ ମାଆ ଶେଫାଳି ସୁନା ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶ ବେହେରାଙ୍କ ସମେତ ୩ ଜଣଙ୍କୁ ଦାୟୀ କରିଥିଲେ । ଅସୁସ୍ଥ ଥିବା ସତ୍ତ୍ବେ ହ୍ୟୁମାନଙ୍କୁ ଷ୍ଟେଜ ସୋ କରିବାକୁ ବାଧ୍ୟ କରାଯାଉଥିଲା । ଏନେଇ ଷ୍ଟେଜ ସୋ-ର ଆୟୋଜକଙ୍କୁ ମଧ୍ୟ ସେ ଦାୟୀ କରିଥିଲେ।
