କଟକ, ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ନୂଆବଜାର ଗାନ୍ଧିପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀଧର ପଣ୍ଡା, ନିତାଇ ବଳ, ସାଗର ନାୟକ, ସନ୍ତୋଷ ଦାଶ, ରାମଚନ୍ଦ୍ର ସାହୁ, ଲକ୍ଷ୍ମଣ କରଣ, ପତିତପାବନ ରାମ, ଗୋଲେଖ ପ୍ରଧାନ, ସୁଦାମ ମହାକୁଡ଼, କବିତା କରଣ, ବିମଳା ପାଣିଗ୍ରାହୀ, ଅମିତା ପୃଷ୍ଟି, ଅଞ୍ଜଳି ନାୟକ, କଳ୍ପଲତା ଷଡ଼ଙ୍ଗୀ, କବିତା ରାଉଳ, ଖୁଲଣା ବଳ, ସସ୍ମିତା ପ୍ରଧାନ, ସନାତନ ପଣ୍ଡା ଓ ହୃଷିକେଶ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଗାନ୍ଧିପଲ୍ଲୀ ଉନ୍ନୟନ କମିଟିର ସଭାପତି ରବୀନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।
