ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ଡିଜିସିଏର ଡିଜି ଭାବେ ନିଯୁକ୍ତ କରାଯାଇଛି । ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଏନେଇ ଅନୁମୋଦନ ହୋଇଛି । ଏୟାର ଟ୍ରାଫିକ୍, ବିମାନ ବାତିଲ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ଚ୍ୟାଲେଞ୍ଜ୍ ମଧ୍ୟରେ ସେ ନୂଆ ଦାୟିତ୍ୱ ନେବେ । ଏହି ସବୁ ପ୍ରସଙ୍ଗରେ ତାଙ୍କର ଅଧିକ ଫୋକସ ରହିବ ବୋଲି କୁହାଯାଉଛି ।
ବୀର ବିକ୍ରମ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ୧୯୯୬ ବ୍ୟାଚ ଓଡିଶା କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ । ପୂର୍ବରୁ ବୀର ବିକ୍ରମ ଓଡିଶା ସରକାରଙ୍କ ପୂର୍ତ୍ତ ସଚିବ, ଯୋଗାଣ ସଚିବ ଏବଂ ବିଜ୍ଞାନ ଓ କାରିଗରୀ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ । ବର୍ତ୍ତମାନ ବୀର ବିକ୍ରମ ଯାଦବ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ରହିଛନ୍ତି ।
