ଭୁବନେଶ୍ୱର (ଭିଓଭି): ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମୂହର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଚନ୍ଦ୍ରଶେଖର ପତିଙ୍କ ୬୧ ତମ ଜୟନ୍ତୀ ଉପଲକ୍ଷେ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା ବିଦ୍ୟାଳୟ ସମୂହର ଚେୟାରମ୍ୟାନ ଡକ୍ଟର ସୂର୍ଯ୍ୟପ୍ରକାଶ ପତି ପ୍ରଦୀପ ପ୍ରଜ୍ୱଳନ କରି ପ୍ରଦର୍ଶନୀକୁ ଉଦଘାଟିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଣେଶ ବନ୍ଦନା ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଶାସକ ଶ୍ରୀମାନ ଶକ୍ତି ପ୍ରକାଶ ପତି, ଶ୍ରୀଯୁକ୍ତ ହିମାଂଶୁ ଶେଖର ପତି, ଯଶସ୍ୱିନୀ ମହାପାତ୍ର ଏବଂ ବିଦ୍ୟାଳୟର ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ, ମ୍ୟାନେଜମେଣ୍ଟ ମେମ୍ବର ଶଶାଙ୍କ ଶେଖର ପତି ଉପସ୍ଥିତ ଥିଲେ । ଧର୍ମ ବିହୀନ ବିଜ୍ଞାନ ବିଜ୍ଞାନ ନୁହେଁ ଧର୍ମ ଓ ସଂସ୍କୃତି ଉପରେ ଆଧାରିତ ବିଜ୍ଞାନ ଜନ କଲ୍ୟାଣକାରୀ ହୋଇଥାଏ । ଯୁବ ବର୍ଗଙ୍କ ପାଖରେ ଜିଜ୍ଞାସୁ ଓ ଅନୁସନ୍ଧିତ୍ସୁ ମନୋଭାବ ରହିଲେ ସେମାନେ ଆଗକୁ ବଢ଼ିବା ସହିତ ଦେଶ ଓ ଜାତିର ପ୍ରଗତି ହୋଇଥାଏ ବୋଲି ବିଚାରକ ଶ୍ରୀଯୁକ୍ତ ସୁବାଷ ରାଉତ(ପିଜିଟି ମ୍ୟାଥ୍), ଦେବବ୍ରତ ଧଳ (ପିଜିଟି ପଦାର୍ଥ ବିଜ୍ଞାନ), ଅନୀଲ କୁମାର ଜେନା (ପିଜିଟି ରସାୟନ ବିଜ୍ଞାନ), ଝରଣା ପାଣି ନିଜ ନିଜ ମନ୍ତବ୍ୟ ଦେଇଥିଲେ । ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ପ୍ରକଳ୍ପ ମାନ ପଦର୍ଶିତ କରିଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷ ଜି ରାମ କିଶୋର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ କୁମାର ମିଶ୍ର, କୋଡିନେଟର ଶ୍ରୀମତି ସୋନାଲି ସିଂ, ଶ୍ରୀମତି ମିନତି କୁମାରୀ ରଥ, ଶ୍ରୀଯୁକ୍ତ ଶ୍ରୀମନ୍ତ ବାରିକ, ଶ୍ରୀମତି ଗିରିଜା ମେହେର, ଶ୍ରୀମତି ବିନିତା ଦାସ୍, ଶ୍ରୀଯୁକ୍ତ ସଞ୍ଜା ସମୀର ମହାପାତ୍ର, ଶ୍ରୀମତି ଅନୁପମା ହୋତା ଙ୍କ ତତ୍ୱବଧାନରେ କାର୍ଯ୍ୟ କ୍ରମଟି ପରିଚାଳିତ ହୋଇଥିଲା

