• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତା ୯ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ

by Voice of Victims
September 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତା ୯ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ

ଭୁବନେଶ୍ବର: ଆସନ୍ତା ୯ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କଣ ରହିବ ବିଜେଡିର ଆଭିମୁଖ୍ୟ । ଆଜି ସନ୍ଧ୍ୟାରେ ବସୁଛି ବ୍ରେଠକ ।ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ ଆଜି ସନ୍ଧ୍ୟାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟି–ପିଏସି ବୈଠକ ଅନୁଷ୍ଠିତ ହେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପିଏସି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 ଏଥିସହ ବିଗତ ତିନିଟି ଉପ ରାଷ୍ଟ୍ରପତି ନିର୍ବାଚନ ଦେଖିଲେ, ସମର୍ଥନ ନେଇ ବିଜେଡିର କୌଣସି ଏକ ନିର୍ଦ୍ଦିଷ୍ଟ ଧାରା ନାହିଁ । ବିଜେଡି ଏନଡିଏ ଛାଡ଼ିବା ପରଠାରୁ ସମଦୂରତା ନୀତିରେ ରହିଛି । କୌଣସି ଏକ ନିର୍ଦ୍ଦିଷ୍ଟ ଧାରାରେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ କରି ନାହାନ୍ତି ବିଜେଡି ସାଂସଦ । ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିଥିଲା । ୨୦୧୭ରେ ଉପରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ।

 ଜାଣିରଖନ୍ତୁ ଯେ, ୨୦୧୨ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଥିଲା ବିଜେଡି । ଏହି ନିର୍ବାଚନରେ ଭୋଟ୍ ଦେଇ ନଥିଲା ବିଜେଡି । ଏଥର ବିଜେଡି କ‘ଣ କରିବ? ସଂସଦରେ ଏନଡିଏର ୪୨୨ ସାଂସଦଙ୍କ ସମର୍ଥନ ରହିଛି । ଇଣ୍ଡିଆ ମେଣ୍ଟ ହାତରେ ରହିଛି ୩୧୩ ଜଣଙ୍କ ସମର୍ଥନ । ତେଣୁ ଏନଡିଏ ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନଙ୍କ ବିଜୟ ସୁନିଶ୍ଚିତ । ତଥାପି ୭ ବିଜେଡି ସାଂସଦ କାହାକୁ ଭୋଟେ ଦେବେ, ତାର ରାଜନୈତିକ ଗୁରୁତ୍ବ ବହନ କରୁଛି ।

Post Views: 40
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In