ସତ୍ୟବାଦୀ (ଭିଓଭି): ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଧରପୁର ପ୍ରିମିଅର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଦିବସରେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ମୂଖ୍ୟଅତିଥି ରୁପେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ନିମାପଡାର ଯୁବ ସମାଜସେବୀ ସୁବ୍ରତ ଛାଟୋଇ, ପୁରୀ ଜିଲ୍ଲା ବିଜେଡ଼ି ସଭାପତି ତଥା ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ର ଓ ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ବିଜୟ ରାଶି ପ୍ରଦାନ କରିଥିଲେ। ପ୍ରାୟ ପନ୍ଦର ହଜାର ଦର୍ଶକଙ୍କ ଉପସ୍ଥିତିରେ ବଳଙ୍ଗା ସରସ୍ବତୀପୁର କ୍ରିକେଟ କ୍ଲବ ଓ ବ୍ରହ୍ମଗିରୀ ଆମ୍ବ ପଡା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ସରସ୍ବତୀ ପୁର ବିଜୟୀ ହୋଇ ନଗଦ ୪୦୦୦୦ ଟଙ୍କା ପୁରସ୍କାର ରାଶି ସହ ବିଜେତା ଟ୍ରଫି ମୂଖ୍ୟ ଅତିଥି ସାଂସଦ ସୁଲତା ଦେଓଙ୍କ ଠାରୁ ଗ୍ରହଣ କରିଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚ ଦୁଃଶାସନ ପ୍ରଧାନ ଓ ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନଙ୍କ ସମେତ ବିଦ୍ୟାଧରପୁର ଗ୍ରାମର ଯୁବକସଂଘର ସଦସ୍ୟମାନେ ପରିଚାଳନା କରିଥିଲେ।
