ବାଲେଶ୍ୱର (ଭିଓଭି ) ୨୧/୨ : – ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ବ୍ରାହ୍ମଣଦା ପଞ୍ଚାୟତ ରେ ଗରିବ ହିତାଧିକାରୀ ଭତ୍ତା ଟଙ୍କା କୁ କାର୍ଯ୍ୟନିର୍ବାହୀ ଅଧିକାରୀ ହଡ଼ପ କରିବା ନେଇ ବିଡ଼ିଓଙ୍କୁ ଫେରାଦ ଦେଇଛନ୍ତି ହିତାଧିକାରୀ। ସୂଚନା ଅନୁସାରେ ଏହି ପଞ୍ଚାୟତ ରେ ଦୁଇବର୍ଷ ଧରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଭାବେ ରଞ୍ଜିତା ଶତପଥୀ କାର୍ଯ୍ୟ କରୁଥିଲେ। ପରେ ତାଙ୍କର ଅନ୍ୟ ପଞ୍ଚାୟତ କୁ ବଦଳି ହୋଇଥିଲା। ତାଙ୍କ ସ୍ଥାନରେ ଏହି ପଞ୍ଚାୟତ କୁ ନିର୍ବାଣ କୁମାର ବେହେରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଭାବେ ଯୋଗଦାନ କରିଥିବା ବେଳେ ଶ୍ରୀମତୀ ଶତପଥୀ ଶ୍ରୀ ବେହେରା ଙ୍କୁ ଦାୟିତ୍ଵ ହସ୍ତାନ୍ତର କରୁନଥିଲେ। ଭତ୍ତା ବାରିରେ ଅନେକ ହିତାଧିକାରୀ ଭତ୍ତା ପାଇଁ ଆସିଥିବା ବେଳେ ତାଙ୍କର ଦୁଇମାସ ଭତ୍ତା ପାଇନଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ର ଖୋଳ ତାଡ଼ କରିବାରୁ ସମ୍ପୃକ୍ତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଶତପଥୀ ହିତାଧିକାରୀ ଙ୍କ ଦୁଇମାସ ଭତ୍ତା ଟଙ୍କା କୁ ଜାଲ ଟିପ ଓ ଦସ୍ତଖତ ରେ ଉଠାଇ ନେଇଛନ୍ତି।
ଏନେଇ ହିତାଧିକାରୀ ଆଜି ବିଡ଼ିଓଙ୍କୁ ଭେଟିବା ସହିତ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବିଡ଼ିଓ ମିହିର ରଞ୍ଜନ ବେହେରା ଘଟଣାର ତଦନ୍ତ କରି କାର୍ଯୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ରେ କିଛି ହିତାଧିକାରୀ ଙ୍କ ଏଭଳି ଜାଲିଆତି ଘଟଣା ସାମ୍ନାକୁ ଆସିଥିବା ବେଳେ ଏହି ଘଟଣାର ତଦନ୍ତ ଭିଜିଲାନ୍ସ କରିବାକୁ ହିତାଧିକାରୀ ଦାବି କରିଛନ୍ତି। ସଂପୃକ୍ତ ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରୀ ଦୁର୍ନୀତି ଖୋର ହୋଇଥିବା ବେଳେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କାର୍ଯ୍ୟରୁ ନିଲମ୍ବିତ କରାଯାଉ ବୋଲି ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡ଼ି ପ୍ରକାଶ କରିଛନ୍ତି ।
