• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

by Voice of Victims
August 14, 2024
in ମୁଖ୍ୟ ଖବର, ରାଜ୍ୟ
ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ରେଡ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ଜଣାପଡିଛି। ନୀଳଗିରି ବାଲିଗୋହିରୀ ସ୍ଥିତ ଭଡ଼ାଘର ସମେତ ୧୨ଟି ସ୍ଥାନରେ ବୁଧବାର ସକାଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ପରୀକ୍ଷିତ ଜେନାଙ୍କ ଶ୍ରୀ ଜେନା ୨୦୨୧/୨୨ ଓ ୨୨/୨୩ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ ବିଡିଓ ଭାବେ କାର୍ଯ୍ୟରତ ସମୟରେ ଓଡ଼ିଶା ମିନେରାଲ ବିଏରିଙ୍ଗ ଏରିଆ ଡେଭଲପମେଣ୍ଟ କର୍ପୋରେସନ ୧କୋଟିରୁ ଉର୍ଦ୍ଧ୍ବ ପାଣ୍ଠିର ଦୁରୁପଯୋଗ କରି ଅର୍ଥ ଆତ୍ମସାତ ଅଭିଯୋଗରେ ଏହାର ଯାଞ୍ଚ ଏବଂ ପ୍ରମାଣ ସଂଗ୍ରହ ପାଇଁ ଓଡ଼ିଶା ଭିଜିଲାନ୍ସ ତରଫରୁ ରେଡ କରାଯାଇଛି। ଏହି ଚଢ଼ାଉରେ ୬ଜଣିଆ ଭିଜିଲାନ୍ସ ଟିମର ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ଡିଏସପି, ଜଣେ ଇନ୍ସପେକ୍ଟର, ଦୁଇଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏହାପୂର୍ବରୁ ସୋମବାର ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରଥିଲା। ଯାଞ୍ଚବେଳେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘରୁ ଅଢ଼େଇ କେଜି ସୁନା, ୩୭୦ ଗ୍ରାମର ହୀରା ଅଳଙ୍କାର, ଦାମୀ କାର୍‌ ସମେତ ବହୁ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ କଟକ ଜିଲା ଆଠଗଡ଼ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ନୀଳକଣ୍ଠନଗର ପ୍ଲଟ୍‌ ନଂ.୧୧୯୧ରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଆଦି ରହିଛି। ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In