• About Us
  • Contact Us
Monday, February 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଦମଦାର ପ୍ରଚାର

by Voice of Victims
May 27, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଦମଦାର ପ୍ରଚାର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଦମଦାର ପ୍ରଚାର କରିଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସମାଜକୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନାରେ ଧୋଇଦେଲେ। ତାଙ୍କ ନାଁ ନ ନେଇ ସେ ଯାହା କହିଲେ ତାହା ବୈଜୟନ୍ତଙ୍କ ମୁଣ୍ଡବିନ୍ଧା ହୋଇଯାଇଥିବ। ଆଜି କେନ୍ଦ୍ରାପଡାରେ ଆୟୋଜିତ ସଭାରେ ପାଣ୍ଡିଆନ କହିଥିଲେ ଯେ, ଆପଣମାନଙ୍କୁ ପୂର୍ବରୁ ଜଣା ସାଂସଦଙ୍କୁ ଦିଆଯାଇଥିଲା। ସେ ଦୁଇଥର ସାଂସଦ ହୋଇଥିଲେ, ଥରେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡା ପାଇଁ କିଛି କଲେ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି ଦଶ ବର୍ଷ ଭିତରେ ତାଙ୍କର ପାରିବାରିକ କଂପାନୀର ବେଶ ବୃଦ୍ଧି କରିପାରିଲେ। ଫାଇନାନ୍ସ କମିଟର ସଦସ୍ୟ ହୋଇ ତାଙ୍କ ଉପରେ ଥିବା ସବୁ ଋଣ ଛାଡ କରାଇଦେଲେ। ହେଲେ କେନ୍ଦ୍ରାପଡା କଥା ପୁରା ଭୁଲିଗଲେ। ସେତିକି ନୁହେଁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇ ବେଶ ଫାଇଦା ନେଇଛନ୍ତି। ହେଲେ କେନ୍ଦ୍ରାପଡା ପାଇଁ ନୁହେଁ। ବରଂ ନିଜ ପାଇଁ ତଥା ନିଜ କଂପାନୀ ପାଇଁ। ତାଙ୍କ ସାଂସଦ ସମୟରେ ସେ ନିଜ କଂପାନୀକୁ ରେଳ ଲାଇନ ପକାଇ ଦେଲେ, ହେଲେ ସେ କେନ୍ଦ୍ରାପଡାକୁ ରେଳ ଲାଇନ ଆଣିପାରିଲେ ନାହିଁ। ଏହିଭଳି ନେତାଙ୍କୁ କେନ୍ଦ୍ରାପଡା ବାସୀ କେବେ ବି କ୍ଷମାକରିବେ ନାହିଁ ବୋଲି ପାଣ୍ଡିଆନ ଜନସମାବେଶକୁ କହିଥିଲେ। ସେ ଆହୁରି କହିଥିଲେ ଯେ, ସେ ପୂର୍ବତନ ସାଂସଦ ମୁଖ୍ୟମନ୍ତ୍ରୀ ହେବା ପାଇଁ ବେଶ ଚେଷ୍ଠା କରୁଥିଲେ। ସେ ସବୁବେଳ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି କହି ଗୁଜବ ସୃଷ୍ଟି କରୁଥିଲେ। ନିଜ ପାରିବାରିକ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନଲରେ ଏ ନେଇ ଖବର ପ୍ରକାଶ କଲେ। ଯାହକୁ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ବେଶ ଦୁଃଖ ପ୍ରକାଶ କରିଥିଲେ। ସେତିକି ନୁହେଁ କେନ୍ଦ୍ରରୁ ଯେତେବେଳେ କୌଣସି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସନ୍ତି ସେତେବେଳେ ସମସ୍ତେ ତାଙ୍କ ଦେହ କେମିତି ଅଛି ବୋଲି ପଚାରନ୍ତି। ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ, ମୋ ଦେହ ତ ଭଲ ଅଛି, ଦେହ ଖରାପ କଥା କିଏ କହିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନେ ସମସ୍ତେ କେବଳ ସେହି ଜଣଙ୍କ ନାମ କହିଲେ। ମୁଖ୍ୟମନ୍ତ୍ରୀଙ୍କ ଏତେ ଘନିଷ୍ଠ ରହି ସେ ଏମିତି କାମ କିପରି କଲେ ବୋଲି ପାଣ୍ଡିଆନ ଜନସମାଜକୁ ପ୍ରଶ୍ନ କରିଥିଲେ। ସେହିପରି କେନ୍ଦ୍ରାପଡାକୁ ଏକ ଲକ୍ଷ କୋଟି ଟଙ୍କାର ନିପ୍ପନ ଷ୍ଟିଲ କାରଖାନା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଠା ସଂପର୍କରେ ଲୋକଙ୍କୁ ଆବଗତ କରାଇଛିଲେ ପାଣ୍ଡିଆନ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜାପାନର ନିପ୍ପନ କଂପାନୀର ଚ୍ୟାୟରମ୍ୟାନଙ୍କୁ ଦେଖା କରିବା ପାଇଁ ସେ ଯେଉଁ ସମୟ ଦେଲେ ସେତେବେଳେ ଜାପାନ ଯିବା ପାଇଁ ବିଜିନେସ କ୍ଲାସ ଟିକେଟ ମିଳିଲା ନାହିଁ। ଆଠଘଣ୍ଟା ରାସ୍ତା କିପରି ମୁଖ୍ୟମନ୍ତ୍ରୀ ଯିବେ ବୋଲି ଚିନ୍ତା କରି ଆମେ ତାରିଖ ପରିବର୍ତ୍ତନ କରିବାକୁ ଚେଷ୍ଠା କଲୁ। ହେଲେ ମୁଖ୍ୟମନ୍ତ୍ରୀ ମନା କଲେ ଆଉ ଇକୋନମିକ୍ କ୍ଲାସରେ ବସି ଯାତ୍ରା କଲା। ଏହା କେନ୍ଦ୍ରାପଡା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବାର ପ୍ରମାଣ ବୋଲି ପାଣ୍ଡିଆନ୍ କହିଥିଲେ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ପୁଣି ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି
  • ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୩ ମାଓବାଦୀ ନିହତ
  • ଉତ୍ୟକ୍ତ ମହିଳାଙ୍କର ମଦ ବିରୋଧୀ ଅଭିଯାନ
  • ମିଡ଼ିଆ ମ୍ୟାନେଜମେଣ୍ଟ ପାଇଁ ଗୌର ମହାପାତ୍ର ସମ୍ବର୍ଦ୍ଧିତ
  • ଇସ୍ରାଏଲ ଗସ୍ତରେ ଯିବେ ମୋଦି, ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ହୋଇପାରେ ଚୁକ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In