• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି

by Voice of Victims
June 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି

ଭୁବନେଶ୍ବର: ଅଘଟଣ ଶୂନ୍ୟ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସମସ୍ତ ଆୟୋଜନ କରାଯାଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇଛି । ଡ୍ରୋନ ଓ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । NSG ଟିମ୍ ଓ ସ୍ନାଇପର ଟିମ୍ ମୁତୟନ ହେବେ । କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ଭାବିତ ଦଳାଚକଟା ସ୍ଥାନରେ ତୀକ୍ଷ୍ମ ନଜର ରଖାଯାଇଛି । ରଥଯାତ୍ରା ପାଇଁ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଉ ମାତ୍ର ୫ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ରଥ ନିର୍ମାଣ ସହ ସେବାୟତଙ୍କ ସହ ନୀତିକାନ୍ତି ନେଇ ଆଲୋଚନା ସରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ସମୀକ୍ଷା ବୈଠକରେ ଏହି  ସୂଚନା ଦେଇଥିଲେ । ସୁରକ୍ଷା ସଂପର୍କରେ ସୂଚନା ଦେଇ ଡିଜି କହିଥିଲେ ୨୭୫ଟି AI  କ୍ୟାମେରା ମୁତୟନ କରାଯିବ। ତ୍ରୁଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ଓଡ଼ିଶା ପୋଲିସ ଜାଗ୍ରତ ଅଛି । ୩୬ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । କୁଇକ ରିଆକ୍ସନ୍ ଟିମ୍ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ ମୁତୟନ ହେବେ । ସମୁଦ୍ର ଓ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ । ସମୁଦାୟ ଟ୍ରାଫିକ ବ୍ୟବସ୍ଥା ୩ ଭାଗରେ ବିଭକ୍ତ କରାଯିବ । ରଥଯାତ୍ରା ପାଇଁ ପାଞ୍ଚ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ୩୯ଟି ଟ୍ରାଫିକ ପୋଷ୍ଟ ରହିବ ବୋଲି ଡିଜିପି ୱା.ବି.ଖୁରାନିଆ କହିଥିଲେ ।

ଅଘଟଣ ଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି l ଏଆଇ କ୍ୟାମେରା ଓ ଡ୍ରୋନ ବ୍ୟବହାର ଉପରେ ଗୁରୁତ୍ୱଆରୋପ କରାଯାଇଛି । ଦଳଚକଟା ଓ ଆତଙ୍କବାଦୀ ଅଘଟଣ ରୋକିବା ପାଇଁ ପ୍ରୟାସ କରାଯିବ l ନିଆଁ ଲାଗିବା,ଭିଡ଼ ନିୟନ୍ତ୍ରଣ ଓ ଗୁଜବ ରୋକିବା ପାଇଁ ପ୍ରୟାସ କରାଯିବ l ସମୁଦ୍ରକୁଳରେ ସୁରକ୍ଷା, କୋଷ୍ଟଗାର୍ଡ ମୁତୟନ ଓ ଆକାଶ ମାର୍ଗରେ ସୁରକ୍ଷା ପାଇଁ ପରାମର୍ଶ ରହିଛି । ହଇଜା ଓ ଝାଡ଼ାବାନ୍ତି ରୋକିବା ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ସହର ଭିତରେ ୬୯ ଟି ଫାଷ୍ଟ ଏଡ୍ ସେଣ୍ଟର ଓ ୬୪ଟି ଆମ୍ବୁଲାନ୍ସ ରହିବ । ୩୭୮ ଟି ସ୍ବତନ୍ତ୍ର ଡକ୍ଟର ଓ ଷ୍ଟାଫ ସହ ଏମ୍ସରୁ ସ୍ପେସିଆଲିଷ୍ଟ ଆସିବେ । ୨୬୮ଟି ଜରୁରୀକାଳୀନ ଶଯ୍ୟା ସହ ବର୍ଣ୍ଣ ୱାର୍ଡ ଡ଼ାଇରିଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ସରକାର । ରଥଯାତ୍ରା ପୂର୍ବରୁ ସେବାୟତଙ୍କ ସହ ସରକାର ଆଲୋଚନା କରିବାର ଆବଶ୍ୟକ ରହିଥିଲା କିନ୍ତୁ ତାହା ହୋଇପାରିନାହିଁ । ରଥ କାଠ ଅଭାବ ଆଗାମୀ ଦିନରେ ଆଗାମୀ ପିଢ଼ି ସମ୍ମୁଖୀନ ହେବ ତେଣୁ ବୃକ୍ଷ ରୋପଣ ହେବା ଆବଶ୍ୟକ ରହିଛି ।

Post Views: 47
Share201Tweet126Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In