• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜୟଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ବାବୁ ଯାଇନଥିଲେ ବିଜେଡି ଅଧିକ ଭୋଟ ପାଇଥାଆନ୍ତା

by Voice of Victims
November 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଜୟଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ବାବୁ ଯାଇନଥିଲେ ବିଜେଡି ଅଧିକ ଭୋଟ ପାଇଥାଆନ୍ତା

ନୂଆପଡ଼ା: ନୂଆପଡ଼ାରେ ବିଜେଡି  ବିଜେପିଠାରୁ ବଡ଼ ବ୍ୟବଧାନରେ ପଛରେ ପଡ଼ିଛି । ଏହାକୁ ନେଇ ବିଜେପି କ୍ୟାମ୍ପ୍‌ରେ ଉତ୍ସବର ମାହୋଲ ରହିଛି । ବିଜେପି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟରେ ବିଜେପିର କୌଣସି ବିକଳ୍ପ ନାହିଁ । ଏକ ଲକ୍ଷ ୧୨ହଜାରରୁ ଅଧିକ ଭୋଟ୍‌ରେ ଲିଡ୍‌ କରୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ୭୩ ହଜାର ୧୯୩ ଖଣ୍ଡ ଭୋଟ୍‌ରେ ଲିଡ୍‌ କରୁଛି ବିଜେପି । ବିଜେଡିକୁ ୩୩ ହଜାର ୮୮ ଖଣ୍ଡ ଭୋଟ ପାଇଥିବା ବେଳେ  କଂଗ୍ରେସ ପାଇଁ  ୩୫ ହଜାର ୧୦୧ଟି ଭୋଟ ପାଇଛି । ତେବେ ଏହାରି ଭିତରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କହିଛନ୍ତି ବେଶି ଉଲ୍ଲସିତ ହେବା ବି ଦଳ ପାଇଁ ଖରାପ । ଏ କେବଳ ଗୋଟିଏ ଉପନିର୍ବାଚନର ଫଳାଫଳ ଥିଲା ।  

ଖବର ଲେଖାଯିବା ସୁଦ୍ଧା ୨୩ ରାଉଣ୍ଡ ଭୋଟ ଗଣତି ଶେଷ ହୋଇ ସାରିଛି । ଏହାରି ମଧ୍ୟରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ନୂଆପଡ଼ା ଭୋଟ ଗଣତିକୁ ନେଇ କହିଛନ୍ତି, “କେବଳ ଗୋଟିଏ ଉପନିର୍ବାଚନ ଫଳାଫଳ ନେଇ ବିଜେପି ଅଧିକ ଉଲ୍ଲସିତ ହୋଇ ପଡ଼ିଛି । ବାହାର ନେତାଙ୍କୁ କୌଣସି ଗୋଟିଏ ଅଞ୍ଚଳରେ ପ୍ରାର୍ଥୀ କଲେ ସ୍ୱାଭାବିକ ଭାବରେ କିଛି ଗୋଟିଏ ପ୍ରତିକ୍ରିୟା ଦେଖିବାକୁ ମିଳେ । ଏହା ନୂଆପଡ଼ାରେ ବି ଦେଖିବାକୁ ମିଳିଲା । କିନ୍ତୁ କେବଳ ଏଥିପାଇଁ ହିଁ ବିଜେଡି ହାରିଗଲା ଏହା ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରିବାନି । ଶୃଙ୍ଖଳିତ ଭାବରେ ଲଢ଼ିବାରେ କେଉଁଠି ନା କେଉଁଠି ବିଜେଡିର ତ୍ରୁଟି ରହିଲା । ଉପନିର୍ବାଚନ ବେଳେ ସରକାରରେ ଥିବା ପାର୍ଟିକୁ ଟିକିଏ ସୁବିଧା ମିଳିଥାଏ । ଏହା ବିଜେପିକୁ ବି ସୁହାଇଲା । ଦଳ ଯାହା ଆଶା କରୁନଥିଲା ତାଠାରୁ ଅଧିକ ପାଇଛି । ବିଜେଡି ତୃଣମୂଳସ୍ତରେ ଯେପରି ନିର୍ବାଚନ ପରିଚାଳନା କରିବା କଥା  ତାହା କରିବାରେ ବିଫଳ ହୋଇଥିଲା ।”

ବିଜୟ ମହାପାତ୍ର ଆହୁରି କହିଛନ୍ତି ଯେ, “ନବୀନ ନୂଆପଡ଼ା ନଯାଇଥିଲେ  ତାଙ୍କ କ୍ରେଜ୍‌ ଆହୁରି ବଢ଼ିଥାଆନ୍ତା ଓ ବିଜେଡି ଅଧିକ ଭୋଟ ପାଇଥାଆନ୍ତା । ନିର୍ବାଚନ ରଣନୀତି ଦୃଷ୍ଟିରୁ ସେ ନୂଆପଡ଼ା ଯିବାର ନଥିଲା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପାଇଁ ଏକ ସୁଯୋଗ ଥିଲା । କଂଗ୍ରେସର ରଣନୀତି ଠିକ୍‌ ଥିବା ଭଳି ମୋର ଅନୁମାନ ହେଉନି । ଏଭଳି ଏକ ଉପନିର୍ବାଚନକୁ ଯେଭଳି ସାମ୍ନା କରିବା କଥା ସେଭଳି ସାମ୍ନା କରିନାହିଁ । କଂଗ୍ରେସ ଦଳ ଚାହିଥିଲେ ଆହୁରି ଭଲ ପ୍ରସ୍ତୁତି କରିପାରିଥାଆନ୍ତା ।”

Post Views: 66
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In