ବ୍ରହ୍ମପୁର: ପୁଣିଥରେ MKCG ମେଡିକାଲରେ ବିକ୍ରମ ପଣ୍ଡା । ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ସୋମବାର ମେଡିକାଲରୁ ଡିସଚାର୍ଜ ହୋଇ ଜେଲ୍ ଫେରିଥିଲେ ବିକ୍ରମ । ଗତକାଲି ତାଙ୍କ ଓକିଲ କୋର୍ଟଙ୍କ ଦ୍ବାରସ୍ଥ ହୋଇ ବିକ୍ରମଙ୍କ ଅପରେସନ ପାଇଁ ନିବେଦନ କରିଥିଲେ । ପରେ ପୁଣି ପେଟରେ ଯନ୍ତ୍ରଣା ହେବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ତାଙ୍କୁ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ମେଡିକାଲ ଅଣାଯାଇଥିଲା । ଆଜି ତାଙ୍କର ବିଭିନ୍ନ ମେଡିକାଲ ଟେଷ୍ଟ କରାଯିବ । ସେ ଅପରେସନ ପାଇଁ ରାଜି ଅଛନ୍ତି କି ନାହିଁ ସେନେଇ ତାଙ୍କ ଓକିଲ ଲିଖିତ ଆକାରରେ କୋର୍ଟରେ ଦାଖଲ କରିବେ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।
