ବଡ଼ବିଲ: ରୋଜଗାର ଦାବି ନେଇ ଗ୍ରାମବାସୀ ଙ୍କ କାଶିଆ ଜିନ୍ଦଲ ଖଣି ସମ୍ମୁଖରେ ଦୁଇ ଦିନ ଧରି ଧାରଣା ଦେଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ କାଶିଆ ଜିନ୍ଦଲ ଖଣି ସମ୍ମୁଖରେ ରୋଜଗାର ଦାବିରେ ସ୍ଥାନୀୟ ଗ୍ରାମବାସୀ ମାନେ ବିଗତ ଦୁଇ ଦିନ ଧରି ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଜିନ୍ଦଲ ଖଣି ଅଧିକାରୀ ମାନେ ସ୍ଥାନୀୟ ଗ୍ରାମ ବାସୀଙ୍କୁ ରୋଜଗାର ଯୋଗାଇ ଆସୁଥିଲେ କିନ୍ତୁ ସାଧାରଣ ନିର୍ବାଚନ ପରେ ପରେ ଉକ୍ତ ଗ୍ରାମ ବାସୀଙ୍କୁ କମ୍ପାନୀ ଅଧିକାରୀ ମାନେ ନିଜ ନିଜ କାମରୁ ବଞ୍ଚିତ ରଖିଥିଲେ । ପରେ ଗ୍ରାମ ବାସୀ ମାନେ କମ୍ପାନୀ ଅଧିକାରୀଙ୍କୁ ଓ ସ୍ଥାନୀୟ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ କୌଣସି ଫଳପ୍ରଦ ନ ହେବାରୁ ସ୍ଥାନୀୟ ଗ୍ରାମବାସୀ ମାନେ ଗତକାଲି ଠାରୁ କାଶିଆ ଜିନ୍ଦଲ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।
