• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

by Voice of Victims
May 25, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

ଭୁବନେଶ୍ଵର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ସଙ୍ଗୀନ ଅଭିଯୋଗ। ଏଥର ବୁଥ ଭିତରେ ଇଭିଏମ ଭାଙ୍ଗିଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେଡ଼ି ପକ୍ଷରୁ ଘୋର ବିରୋଧ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯୋଗ ମୁତାବକ, ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ଚାଲିଥିବା ସମୟରେ ସେ ଇଭିଏମ୍‌ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ହିଂସାକାଣ୍ଡ ପରେ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ। କିନ୍ତୁ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଅଟକ ରଖିଥିଲେ। ବର୍ତ୍ତମାନ ସେ ବୋଲଗଡ ଥାନାରେ ଅଟକ ରହିଥିବା ଜଣାପଡିଛି।ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ସେ ଏଭଳି ଘଟଣାରେ ସାମିଲ ନଥିଲେ ବରଂ ବିଜେଡ଼ି କର୍ମୀ ବିଧାୟକଙ୍କୁ ଗାଳିଗୁଲଜ କରିବା ସହ ଇଭିଏମ ଭାଙ୍ଗିଥିବା ସମର୍ଥକମାନେ କହିଛନ୍ତି। ସିସିଟିଭି ଯାଞ୍ଚ କରାଯାଇ ଉଚିତ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ତେବେ ବିଧାୟକ ବର୍ତ୍ତମାନ ଥାନାରେ ଧାରଣରେ ବସିଥିବା ସମର୍ଥକମାନେ କହିଛନ୍ତି।

Post Views: 37
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In