• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନିଦରୁ ଉଠି ଚିତ୍କାର କରୁଛନ୍ତି,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶ ମାନସିକ ଚିକିତ୍ସା ପାଇଁ ସାହାଯ୍ୟ ଲୋଡ଼ିଛନ୍ତି

by Voice of Victims
July 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନିଦରୁ ଉଠି ଚିତ୍କାର କରୁଛନ୍ତି,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶ ମାନସିକ ଚିକିତ୍ସା ପାଇଁ ସାହାଯ୍ୟ ଲୋଡ଼ିଛନ୍ତି

ନୂଆଦିଲ୍ଲୀ: ପ୍ରଳାପ କରୁଛନ୍ତି ବିଶ୍ୱାସ କୁମାର । ନିଦରୁ ଉଠି ଚିତ୍କାର କରୁଛନ୍ତି । ଭୁଲିପାରୁନାହାନ୍ତି ସେ ଛାତିଥରା ଦୁର୍ଘଟଣାକୁ । ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ବିଶ୍ୱାସ କୁମାରଙ୍କ ମୁଣ୍ଡ ଆଉ କାମ କରୁନି । ସେଦିନ ଘଟିଯାଇଥିଲା ବଡ଼ ପ୍ଲେନ ଦୁର୍ଘଟଣା । ଆଖିରୁ ସେ ଭୟଙ୍କର ଚିତ୍ର ହଟୁନି । ମନରୁ ଲିଭୁନି ସେ ଅସହ୍ୟ ଯନ୍ତ୍ରଣା । ଆଜ୍ଞା ହଁ ଆମେ କହୁଛୁ ଅହମଦାବାଦରେ ଘଟିଯାଇଥିବା ବଡ଼ ପ୍ଲେନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କ କଥା । ପ୍ଲେନରେ 11A ସିଟରେ ବସିଥିଲେ । ଭାଗ୍ୟ ତାଙ୍କର ଏତେ ଜୋର ଥିଲା, ଯମପୁରରୁ ଫେରିଆସିଲେ । ଆଉ ଏବେ ତାଙ୍କର ଅବସ୍ଥା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ହଁ ଦର୍ଶକବନ୍ଧୁ, ଅହମଦାବାଦରେ ଘଟିଯାଇଥିବା ବଡ଼ ପ୍ଲେନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶ ବର୍ତ୍ତମାନ ମାନସିକ ରୋଗ ବିଶେଷଜ୍ଞଙ୍କ ଅଧୀନରେ ଚିକିତ୍ସିତ ହେଉଛନ୍ତି । ଜୁନ୍ ୧୨ ତାରିଖରେରେ ଘଟିଥିବା ଏୟାର ଇଣ୍ଡିଆ ଏଆଇ ୭୧୭ ବିମାନ ଦୁର୍ଘଟଣାରେ ଏକମାତ୍ର ବଞ୍ଚିଯାଇଥିବା ବିଶ୍ୱାସ କୁମାର ରମେଶ ଏହି ଭୟଙ୍କର ଯନ୍ତ୍ରଣାଦାୟକ ଅଭିଜ୍ଞତାର ମୁକାବିଲା କରିବା ପାଇଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେଉଛନ୍ତି, ଯାହା ତାଙ୍କ ସମ୍ପର୍କୀୟ ଭାଇ ଭାଇ ଜଣେ ସୂଚନା ଦେଇଛନ୍ତି ।

ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଲଣ୍ଡନ ଯାଉଥିବା ବୋଇଂ 787 ଡ୍ରିମଲାଇନର ଖସି ପଡ଼ିବା ସମୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ବିଶ୍ୱାସ ଏକମାତ୍ର ବଞ୍ଚିଯାଇଥିବା ବ୍ୟକ୍ତି ଥିଲେ । କିନ୍ତୁ, ତାଙ୍କ ଭାଇ, ଯିଏ ସମାନ ବିମାନରେ ଥିଲେ, ସେ ବିମାନରେ ଥିବା ଅନ୍ୟ ୨୪୧ ଜଣଙ୍କ ସହିତ ଜୀବନ ହରାଇଥିଲେ । ଏହି ଦୁଃଖଦ ଦୁର୍ଘଟଣାରେ, ବିମାନଟି ଏକ ମେଡିକାଲ କଲେଜର କ୍ୟାଣ୍ଟିନ୍ ସହିତ ଧକ୍କା ହେବା ଫଳରେ ଭୂମିରେ ଥିବା ଅନ୍ୟ ୧୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ବିଶ୍ୱାସଙ୍କ ଜଣେ ସମ୍ପର୍କୀୟ ଭାଇ ସନି କହିଛନ୍ତି ଯେ ଯଦିଓ ସେ ବଞ୍ଚିଯାଇଛନ୍ତି ସତ, କିନ୍ତୁ ଆଜିକାଲି ସେ ବହୁତ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି । ସେ ରାତିରେ ଠିକ ସେ ଶୋଇ ପାରୁନାହାଁନ୍ତି କି କାହା ସହିତ କଥା ହେଉନାହାଁନ୍ତି, ସେ ସବୁବେଳେ ଦୁଃଖିତ ଏବଂ ବିଷାଦଗ୍ରସ୍ତ ରହୁଛନ୍ତି । ଅହମଦାବାଦ ପ୍ଲେନ ଦୁର୍ଘଟଣାର ଭୟଙ୍କର ଚିତ୍ର, ମୃତଦେହର ଦୃଶ୍ୟ, ଚାରିପାଖରେ ନିଆଁ ଏବଂ ତାଙ୍କ ଭାଇର ମୃତ୍ୟୁକୁ ସେ ଗ୍ରହଣ କରିପାରୁନାହାନ୍ତି । ସେ କହିଛନ୍ତି ବିଦେଶରେ ରହୁଥିବା ଆମର ସମ୍ପର୍କୀୟଙ୍କ ସମେତ ଅନେକ ଲୋକ ବିଶ୍ୱାସଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଆମକୁ ଫୋନ୍ କରନ୍ତି କିନ୍ତୁ ବିଶ୍ୱାସ କାହା ସହିତ କଥା ହୁଅନ୍ତି ନାହିଁ।

୧୭ ଜୁନ୍ ରେ, ବିଶ୍ୱାସଙ୍କୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ସେହି ଦିନ ହିଁ ତାଙ୍କ ଭାଇ ଅଜୟଙ୍କ ପାର୍ଥିବ ଶରୀର ଡିଏନଏ ମ୍ୟାଚ ହେବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ୧୮ ଜୁନ୍ ରେ, ବିଶ୍ୱାସ ତାଙ୍କ ଭାଇଙ୍କୁ ମୁଖାଗ୍ନି ଦେଇଥିଲେ । ତେବେ ସେହି ଦୃଶ୍ୟ ପ୍ରକୃତରେ ଖୁବ ଭୟଙ୍କର ଥିଲା । କଳା ମଚମଚ ତା ସାଙ୍ଗକୁ ଟିକେ ଧୂସର ଓ ଜଳୁଥିବା ନିଆଁରୁ ଚାଲି ଚାଲି ଆସି ଭୂଇଁ ଉପରେ ନତ କରି ପଡ଼ିଯାଇଥିଲେ ବିଶ୍ୱାସ ।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In