• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବଦଳି ଓଏଏସ୍‌ଙ୍କୁ ଚେତାବନୀ: କାର୍ଯ୍ୟରେ ଯୋଗନଦେଲେ ନିଲମ୍ବନ

by Voice of Victims
December 8, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଦଳି ଓଏଏସ୍‌ଙ୍କୁ ଚେତାବନୀ: କାର୍ଯ୍ୟରେ ଯୋଗନଦେଲେ ନିଲମ୍ବନ

ଭୁବନେଶ୍ୱର : ଅମାନିଆ ଓଏଏସ୍ ବାବୁଙ୍କୁ ସରକାରଙ୍କ କଡ଼ା ତାଗିଦ। ନିଜ କାମରେ ଯୋଗ ଦିଅ, ନହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ବଦଳି ହୋଇଥିବା ବାବୁମାନେ ଯଦି ନିର୍ଦ୍ଧାରିତ ନୂଆ ଅଫିସରେ ୧୦ ତାରିଖ ସୁଦ୍ଧା କାମରେ ଯୋଗନଦିଅନ୍ତି, ତାହେଲେ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ଚିଠି ଲେଖି ରୋକଠୋକ ଶୁଣାଇଦେଇଛି ରାଜସ୍ୱ ବିଭାଗ। ବାରମ୍ବାର କହିବା ପରେ କିଛି ଓଏଏସ୍ ଅଫିସର କଥା ନଶୁଣିବାରୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ହେଁ ସମ୍ପୃକ୍ତ ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି । ଗତ ଅଗଷ୍ଟ ୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି ସଂଖ୍ୟା ୨୭୯୯୩ ଓ ଅକ୍ଟୋବର ୧୦ରେ ଚିଠି ସଂଖ୍ୟା ୩୫୬୦୮ରେ ପୃଥକ ନିର୍ଦ୍ଦେଶାନାମା ଆସିଛି। ଇତିମଧ୍ୟରେ ଦୁଇମାସ ବିତିବାକୁ ବସିଛି। ହେଲେ ଜଣେ ହେଲେବି ଅଧିକାରୀ ନୂଆ କାର୍ଯ୍ୟସ୍ଥଳରେ ଯୋଗ ଦେଇନାହାନ୍ତି। ବିଜେପି ସରକାରକୁ ଆସିବା ପରେ ଅଫିସରଙ୍କ ବଦଳି କରାଯାଉଛି। ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଥିବା ସରକାରୀ ବାବୁଙ୍କ ବଦଳି ହେଲା ପରେ ବି ସେମାନେ ପୁରୁଣା ଚୌକି ଛାଡ଼ି ନୂଆ ଜାଗାକୁ ଯିବାକୁ ନାରାଜ। ଏପରିକି ସରକାରଙ୍କ ବାରମ୍ବାର ତାଗିଦ ପରେ ବି ସୁଧୁରୁ ନାହାନ୍ତି ଏହି ଓଏଏସ୍ ଅଫିସର। ନଭେମ୍ବର ୨୬ରେ ରିଲିଭ୍ ଅର୍ଡର ନେଇ ଯଥାଶୀଘ୍ର ନୂଆ ଜାଗାରେ ଦାୟିତ୍ୱ ନେବାର ଥିଲା। ହେଲେ ଏହି ବଦଳି ତାଲିକା ଭିତରୁ କିଛି ଓଏଏସ୍ ଅଫିସର ଢିଲାପଣ ଦେଖାଇ, ସେମାନଙ୍କୁ ଯେଉଁ ଜାଗାକୁ ପଠାଯାଇଛି, ଏଯାଏଁ ସେଠାରେ ଯୋଗଦେଇନାହାନ୍ତି। ଯାହାକୁ ନେଇ ମୋହନ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ପୃକ୍ତ ବାବୁମାନଙ୍କୁ ଚିଠି ଲେଖି ଡିସେମ୍ବର ୧୦ ସୁଦ୍ଧା ଦିଆଯାଇଥିବା ନୂଆ ଦାୟିତ୍ୱ ନେବାକୁ କୁହାଯାଇଛି । ନହେଲେ ଡିସେମ୍ବର ୧୧ରୁ ସେମାନଙ୍କ ଦରମା ବନ୍ଦ ସହ ଚାକିରିରୁ ନିଲମ୍ବନ କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ସରକାର ।

Post Views: 72
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In